Latest Odisha News

BREAKING NEWS

ଏହି କମ୍ପାନୀରେ କେବଳ ଗେମ୍ ଖେଳିଲେ ମିଳିବ ସପ୍ତାହକୁ ୩ ଲକ୍ଷ ଟଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁମାନେ ଗେମ୍ ଖେଳିବାକୁ ପସନ୍ଦ କରନ୍ତି କେବଳ ସେମାନେ ପାଇବେ ଚାକିରି। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଚାକିରି ବିଷୟରେ ଶୁଣିଥିବେ, କିନ୍ତୁ ଯେଉଁମାନେ ଗେମ୍ ଖେଳନ୍ତି ସେମାନେ କେବଳ ଏହି ଚାକିରି କରିପାରିବେ ଏପରି କଥା ଆପଣ ହୁଏତ କମ ଶୁଣିଥିବେ। ଏପରି କମ୍ପାନୀ ନ୍ୟୁୟର୍କରେ ରହିଛି।

ଏହି ଚାକିରି ପାଇଁ ଆପଣଙ୍କୁ କେବଳ ଅଫିସ ଯାଇ ଗେମ୍ ଖେଳିବାକୁ ପଡିବ। ଆପଣଙ୍କୁ ଦିନ ସାରା ଖେଳିବାକୁ ପଡିବ ନାହିଁ କେବଳ ଖେଳ ପାଇଁ ଆପଣଙ୍କୁ ୪ ଘଣ୍ଟା ସମୟ ଦେବାକୁ ପଡିବ। ଆଉ ଏହି ଚାକିରି ସପ୍ତାହକୁ ୭ ଦିନ ମଧ୍ୟ ନୁହେଁ, ଆପଣଙ୍କୁ କେବଳ ୪ ଦିନ ହିଁ ଖେଳିବାକୁ ପଡିବ। ସବୁଠୁ ବଡ କଥା ହେଉଛି ଏଥିପାଇଁ କମ୍ପାନୀ ସପ୍ତାହକୁ ୩.୫ ଲକ୍ଷ ଟଙ୍କା ପ୍ରଦାନ କରିବ।

ଏହି ଚାକିରି ଗ୍ଲୋବାଲ୍ ଟୟ ଏବଂ ଏଣ୍ଟରଟେନମେଣ୍ଟ କମ୍ପାନୀ ମ୍ୟାଟେଲ ଦ୍ୱାରା ପ୍ରଦାନ କରାଯାଇଛି। କମ୍ପାନୀ ନିଜ ପାଇଁ ୟୁଏନଓ (UNO) ମୁଖ୍ୟ ଖେଳାଳି ଖୋଜୁଛି। ଯଦି ଆପଣ ନିଜକୁ ୟୁଏନଓ ଖେଳିବାରେ ଜଣେ ଗୁରୁ ବୋଲି ଭାବନ୍ତି, ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଏହି କମ୍ପାନୀରେ ମନୋନୀତ ହୁଅନ୍ତି, ତେବେ ଆପଣଙ୍କୁ ନ୍ୟୁୟର୍କର ପିଆର୍ ୧୭ କାର୍ଯ୍ୟାଳୟକୁ ଯାଇ କାମ କରିବାକୁ ପଡିବ। ଏହି ଚାକିରିରେ ଆପଣଙ୍କୁ କେବଳ ୟୁଏନଓ କ୍ୱାଟ୍ରୋ ଖେଳିବା ଏବଂ ଲୋକଙ୍କୁ ନିୟମ ବୁଝାଇବାକୁ ପଡିବ। ଏଥିପାଇଁ କମ୍ପାନୀ ଆପଣଙ୍କୁ ପ୍ରତି ସପ୍ତାହକୁ ୪୪୪୪ ଡଲାର ଦେବ।

କମ୍ପାନୀ ଏହି ଚାକିରି ପାଇଁ କିଛି ଯୋଗ୍ୟତା ସ୍ଥିର କରିଛି। ସର୍ବପ୍ରଥମେ ବ୍ୟକ୍ତି UNO ବିଷୟରେ ଭଲ ବୁଝିଥିବା ଦରକରା। ସେ କେବଳ ୟୁଏନଓ ଖେଳ ନୁହେଁ ବରଂ ୟୁଏନଓ ପ୍ରତି ତାଙ୍କର ଉତ୍ସାହ ରହିବା ଉଚିତ୍। ବ୍ୟକ୍ତି ଜଣକ ଅତ୍ୟନ୍ତ ସହଭାଗୀ ହେବା ଉଚିତ କାରଣ ଖେଳ ସମୟରେ ତାଙ୍କୁ ଅପରିଚିତ ବ୍ୟକ୍ତିଙ୍କ ସହ କଥା ହେବାକୁ ପଡିବ ଏବଂ ଖେଳ ପାଇଁ ସେମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିବାକୁ ପଡିବ। ଏହା ସହିତ ଖେଳର ନିୟମ ମଧ୍ୟ ନବାଗତମାନଙ୍କୁ ବୁଝାଇବାକୁ ପଡ଼ିବ। ଆପଣ ଏହି ଚାକିରି ପାଇଁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Leave A Reply

Your email address will not be published.