Latest Odisha News

BREAKING NEWS

[ଭିଡ଼ିଓ] ଯାଂଜଗିର ଚମ୍ପାରେ ରହସ୍ୟମୟୀ ମା’ମହାମାୟା

ଛତିଶଗଡ଼: ଭାରତରେ ବିଭିନ୍ନ ଧର୍ମ ଆଉ ସଂସ୍କୃତି। ବିଭିନ୍ନ ଦେବାଦେବୀଙ୍କ ଆସ୍ଥାନ। ଶ୍ରଦ୍ଧାଳୁ ଆଉ ଭଗବାନଙ୍କ ସମ୍ପର୍କ ବି କାହିଁ କେଉଁ କାଳରୁ ରହି ଆସିଛି । ବିଭିନ୍ନ ମନ୍ଦିର ଗୁଡିକରେ ଆସ୍ଥା ବିଶ୍ୱାସ ନେଇ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ଲୋକେ ଭଗବାନଙ୍କ ସତ୍ତାକୁ ଉପଲବ୍ଧି କରିଥାନ୍ତି। ଏମିତି କିଛି ମନ୍ଦିର ରହିଛି ଯେଉଁଠି କିଛି କିଛି ଅଲୌକିକ ଘଟଣା ଘଟିଥାଏ। ହେଲେ ସେହି ଚମତ୍କାର କିନ୍ତୁ ବଡ଼ ରହସ୍ୟ ମୟ।

ଏହିଭଳି କିଛି ରହସ୍ୟମୟ ଆଉ ଚମତ୍କାର ଦେଖିବା ଏହି ମହାମାୟା ଦେବୀ ମନ୍ଦିରରେ । ଏ ହେଉଛି ଛତିଶଗଡ଼ ଯାଂଜଗିର ଚମ୍ପାରେ ଥିବା ମା’ମହାମାୟାଙ୍କ ମନ୍ଦିର । ବର୍ଷକୁ ଥରେ ମାତ୍ର ନବରାତ୍ରୀ ସପ୍ତମୀରେ ମହାମାୟାଙ୍କ ମୁଖ୍ୟ କବାଟ ଘଣ୍ଟା ଏ ପାଇଁ ବନ୍ଦ କରିଦିଆଯିବାର ପରମ୍ପରା ରହିଛି ।

ବିଶ୍ୱାସ ବର୍ଷକୁ ଥରେ ମା’ଦୁର୍ଗା ମନ୍ଦିର ଭିତରକୁ ଆସିଥାନ୍ତି। ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ନବରାତ୍ରୀ ସପ୍ତମୀରେ ମହାମାୟାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ବିଶେଷ ପୂଜା ହୋଇଥାଏ। ଚଟାଣରେ ଅଟା ବିଛା ଯାଇଥାଏ। ପାନପତ୍ରରେ ମେୱା ଭୋଗ ଲଗାଇ କବାଟ ବନ୍ଦ କରିଦିଆଯାଏ । ମନ୍ଦିର ଖୋଲିବା ପରେ ମା’ର ଉପସ୍ଥିତି ପ୍ରମାଣ ଦିଏ

ଅଟା ଉପରେ ସିଂହ ପାଦ ଚିହ୍ନ ସହିତ କନ୍ୟାର ପାଦ ଚିହ୍ନ ଦେଖିବାକୁ ମିଳେ। ଏମିତିକି ପ୍ରସାଦ ଗ୍ରହଣ କରିବାର ଦେଖିବାକୁ ମିଳିଥାଏ। ବିଶ୍ୱାସ ଅଛି ମାଆ ସିଂହ ପିଠିରେ ବସି ଏହି ମନ୍ଦିର ପ୍ରବେଶ କରି ପ୍ରସାଦ ଗ୍ରହଣ କରିଥାନ୍ତି।

ପ୍ରତିବର୍ଷ ମା’ଙ୍କ ମନ୍ଦିରରେ ଏହିଭଳି ଚମତ୍କାର ଦେଖିବାକୁ ମିଳିଥାଏ। ମନ୍ଦିରର ଚାରିପଟେ ବାଟ ବନ୍ଦ କରିଦିଆଯାଇଥିବା ବେଳେ ଏହି ଚମତ୍କାର ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ? ଏବେ ବି ମନ୍ଦିର ଆଉ ମାଆ ରହସ୍ୟ କେବଳ ରହସ୍ୟ ହୋଇ ରହିଯାଇଛି।

Comments are closed, but trackbacks and pingbacks are open.