Latest Odisha News

BREAKING NEWS

ଆମ ଦୁନିଆ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି ଏଲିୟନ !

ନୂଆଦିଲ୍ଲୀ: ଏଲିୟନ ବା ପରଗ୍ରହୀ ନେଇ ବିଭିନ୍ନ ଖବର ପ୍ରକାଶ ପାଇଥାଏ । ତେବେ ସତରେ ଏହି ବ୍ରହ୍ମାଣ୍ଡରେ ଏଲିୟନଙ୍କ ସ୍ଥିତି ଅଛି କି ନାହିଁ ପ୍ରଶ୍ନ ଆମ ମୁଣ୍ଡକୁ ବାରମ୍ବାର ଆସିଥାଏ । ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ଉପରୁ ବାରମ୍ବାର ପରଦା ଉଠାଇବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଇତି ମଧ୍ୟରେ ଏକ ଖବର ସମସ୍ତଙ୍କୁ ଚକିତ କରିଛି । ତାହାହେଲେ ଏଲିୟନମାନେ ଆମ ଦୁନିଆ ସହ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ସେଥିପାଇଁ ବାରମ୍ବାର ସିଗନାଲ ମଧ୍ୟ ପଠାଉଛନ୍ତି । ଏହି ନୂତନ ପ୍ରକାର ରେଡିଓ ସିଗ୍ନଲକୁ ବୈଜ୍ଞାନିକମାନେ ରେକର୍ଡ କରିଛନ୍ତି । ଉକ୍ତ ଦିଗରେ ୯୧ ଘଂଟା ଧରି ଟେଲିସ୍କୋପ ମାଧ୍ୟମରେ ସେମାନେ ନିରୀକ୍ଷଣ କରିଥିଲେ ।

ଏଫଆରବି୨୦୨୦୧୧୨୪ଏରୁ ଏହି ସିଗ୍ନଲ ଆସୁଛି । ଚୀନର ଫାଇଭ ହଣ୍ଡ୍ରେଡ ମିଟର ଅପର୍ଚର ସ୍ଫେରିକଲ ରେଡିଓ ଟେଲିସ୍କୋପ ଏହି ସିଗ୍ନଲକୁ ଚିହ୍ନଟ କରିଛି । ଏବେ ଏହାର ଗବେଷଣା ଆମେରିକା ଏବଂ ଚୀନର ବୈଜ୍ଞାନିକମାନେ ମିଳିତ ଭାବେ କରିବା ଆରମ୍ଭ କରିଛନ୍ତି । ସବୁଠାରୁ ବଡ ପ୍ରଶ୍ନ ଯଦି ଏହା ସତ ତାହାହେଲେ ଏଲିୟନ କଣ ପାଇଁ ଆମ ସହିତ ଯୋଗାଯୋଗ କରିବାକୁ ଚାହୁଁଛନ୍ତି । ଏହା ଭଲ କିମ୍ବା ମନ୍ଦ ହୋଇପାରେ ।

Leave A Reply

Your email address will not be published.