ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସଂପୂର୍ଣ୍ଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। କାରଣ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ, ମୋଟ ୨୧ ଦିନ ପାଇଁ ବନ୍ଦ ରହିବାକୁ ଯାଉଛି।
ସାରା ଦେଶରେ ଏବେ ପାର୍ବଣର ମାହୋଲ ରହିଛି। ହେଲେ ଅଗଷ୍ଟ ଦୁଇଠୁ ଦୁର୍ଗାପୂଜା ପାଇଁ ଛୁଟି ରହିବ। ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ ତଥା ଦୁର୍ଗା ପୂଜା, ଦଶହରା, ଦିପାବଳୀ ଏବଂ ଅନ୍ୟାନ୍ୟ ପର୍ବ ପାଳନ କରାଯିବ। ଯଦି ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରର ଛୁଟି ଦିନ ଗୁଡ଼ିକ ସାମିଲ କରାଯଏ ତାହେଲେ ମୋଟ ଛୁଟି ୨୧ ଦିନ ରହିବ। ଇକୋନମିକ୍ସ ଟାଇମ୍ସ ଟ୍ବିଟ୍ କରି ଏହି ସୂଚନା ଦେଇଛି।
#LatestNews | अक्टूबर में त्योहारी सीजन भी शुरू होने वाला है. इस वजह से आने वाले महीने में 21 दिन बैंक की छुट्टी रहेगी.#Bank #Holidays #Diwali #FestiveSeason pic.twitter.com/unh0Vqu27m
— ET Now Swadesh (@ETNowSwadesh) September 25, 2022

Comments are closed.