Latest Odisha News

BREAKING NEWS

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା କାଗଜ ପାଇଥିବା କୁହାଯାଉଛି ।

ଅନ୍ୟପଟେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ନେବା ପରଠାରୁ ବାରମ୍ବାର ତଦନ୍ତ ଉପରେ ରାଜ୍ୟ ବିଜେପି ପ୍ରଶ୍ନ ଉଠାଉଛି । ବିଜେପି ନେତା ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଗୋପାଳ ଅସୁରକ୍ଷିତ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟ ନାରାୟଣ କହିଛନ୍ତି,

ମୁଁ ଗୋପାଳର ସୁରକ୍ଷା ନେଇ ଚିନ୍ତିତ । ଗୋପାଳକୁ କେଉଁ ଅବସ୍ଥାରେ କଣ କରାଯାଇପାରେ । ଗୋପାଳ ପାଇଁ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ରୀୟ ସୁରକ୍ଷା ଦେବା ଦରକାର । ରାଜ୍ୟ ସରକାରଙ୍କ ପୋଲିସ ଉପରେ କୌଣସି ପ୍ରକାର ବିଶ୍ୱାସ ନାହିଁ । ଯଦି ଗୋପାଳର କୌଣସି କ୍ଷତି ହୁଏ ତାହାଲେ ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ହେବେ । ନବଙ୍କୁ ହତ୍ୟା ହୁଏ ତ ପାରିବାରିକ, ରାଜନୈତିକ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରୁ ପରିବାର ଚୁପ୍ ରହି ପାରନ୍ତି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ୍ କରନ୍ତୁ ।

ଏହା ପୂର୍ବରୁ ବି ଜୟ ନାରାୟଣ ମିଶ୍ର କ୍ରାଇମବ୍ରାଞ୍ଚ ଟିମର ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଟିମରେ ସାମିଲ୍ ୩ ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ସେମାନେ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ।

Leave A Reply

Your email address will not be published.