ଯାଜପୁର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଘର ଧାରଣା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବହୁ ସଦସ୍ୟ ଶାନ୍ତପୂର୍ଣ୍ଣ ଧାରଣାରେ ବସିଥିଲେ ।
ମୁଖ୍ୟତଃ ଖରିଫ ଋତୁରେ ଧାନ ବିକ୍ରୀ ପାଇଁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୀ କରି ନପାରି ଫନି, ଫାଇଲିନ,ହୁଡହୁଡ ଓ ଅମ୍ଫାନ ଭଳି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ ତଦନ୍ତ କରାଯାଇ ସହାୟତା ପ୍ରଦାନ, ପ୍ରତ୍ୟେକ ଚାଷୀଙ୍କ ଠାରୁ ମୁଗ କ୍ରୟ କରିବା, ବର୍ଷ ବର୍ଷ ଧରି ରିଲିଫ କୋଡ ସଂଶୋଧନ ନହେବା ଫଳରେ ବିପର୍ଯ୍ୟୟ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଫସଲ ହରାଇ ଉଚିତ ସହାୟତା ପାଇପାରୁନଥିବା ଆଦି ଦାବି ଉଠାଇଥିଲେ । ଏଥିସହ ସରକାର କରୋନା ମୁକାବିଲା ନାମରେ ଚାଷୀକୂଳକୁ ତଳିତଳାନ୍ତ କରିଥିବା ଭଳି ଗୁରୁତର ଅଭିଯୋଗ ଉଠାଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ-ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।
BREAKING NEWS
- ୪୬ ବର୍ଷ ପରେ ଖୋଲିଲା ସମ୍ଭଲରେ ଥିବା ଏହି ମନ୍ଦିର…
- ଫେସନ୍ରେ ବ୍ୟାଗ୍
- ଡାକ ବିଭାଗର ଏହି ସଞ୍ଚୟ ଯୋଜନାରୁ ମାସକୁ ମିଳିବ ୨୦,୦୦୦ ଟଙ୍କା ପେନସନ୍ , ୮.୨% ହାରରେ ସୁଧ ପାଇବେ
- ଶକୀବ ଉଲ ହାସନଙ୍କୁ ବାସନ୍ଦ କଲା ଇସିବି
- ଭାଇରାଲ୍ ହେଉଛି ଡିଭୋର୍ସ ମେହେନ୍ଦି, ଭିନ୍ନଭିନ୍ନ ଡିଜାଇନରେ ବଖାଣିଲେ ବିବାହ ପରର ନିର୍ଯ୍ୟାତନା
- ସ୍ୱପ୍ନରେ ହାତୀ ଦେଖିଲେ ଶୁଭ ନା ଅଶୁଭ?
- ସିକ୍ସ ପ୍ୟାକ୍ ଆବ୍ସ, ହଟ୍ ବେବ୍ ପଛରେ ବଲିଉଡ୍; କାହିଁକି ଏଭଳି କହିଲେ କଙ୍ଗନା ରଣାୱତ
- ଶ୍ରୀଲଙ୍କା ଟି୧୦ ସୁପର ଲିଗ: ଭାରତୀୟ ମାଲିକଙ୍କ ଉପରେ ମ୍ୟାଚ ଫିକ୍ସିଂ ଅଭିଯୋଗ
- ମହାକୁମ୍ଭ ମେଳା ୨୦୨୫: ମହାକୁମ୍ଭକୁ ଗଲେ ନିଶ୍ଚିତ ଭାବରେ ଏହି ଜିନିଷ ସାଥୀରେ ଆଣନ୍ତୁ..
- କାହା ପାଇଁ ଗାବାରେ ସାରା ତେନ୍ଦୁଲକର
Comments are closed.