Latest Odisha News

BREAKING NEWS

ଗୁରୁଣ୍ଡି ଗୋପାଳଙ୍କ ହାତ ଭାଙ୍ଗିଗଲା: କାନ୍ଦି, ବୋବେଇ ଡାକ୍ତରଖାନା ନେଇ ପ୍ଲାଷ୍ଟର କରିବାକୁ ଜିଦ କଲେ ପୂଜାରୀ…

ଆଗ୍ରା: ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସବୁବେଳେ ନିବୀଡ ସମ୍ପର୍କ ରହିଥାଏ ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଆଗ୍ରାର ଏକ ମନ୍ଦିରର ପୂଜାରୀ ଲେଖ ସିଂ ତାଙ୍କ ପ୍ରିୟ ଭଗବାନ ଲଡ୍ଡୁ ଗୋପାଳ(ଗୁରୁଣ୍ଡି ଗୋପାଳ)ଙ୍କୁ ପୂଜା ପାଇଁ ସ୍ନାନ କରୁଥିବା ବେଳେ ହାତରୁ ଖସି ଯାଇଥିଲେ । ଲଡ୍ଡୁ ଗୋପାଳଙ୍କ ହାତ ଭାଙ୍ଗି ଯାଇଥିଲା । ଲେଖ ସିଂ ତାଙ୍କ ହାତ ବନ୍ଧା ବନ୍ଧି କରି କାନ୍ଦି ବୋବେଇ ସ୍ଥାନୀୟ ଡାକ୍ତରଖାନାକୁ ଦୌଡିଥିଲେ । ସେଠାରେ ଡାକ୍ତର ମନା କରିବା ପରେ ସେ ସ୍ଥାନ ଛାଡି ଯାଇ ନ ଥିଲେ । ଓପିଡି ଖୋଲିବା ପର୍ଯ୍ୟନ୍ତ ସେ ଗୋପାଳଙ୍କୁ କୋଳରେ ଧରି କାନ୍ଦୁଥିଲେ । ସ୍ଥାନୀୟ କେତେକ ନେତାଙ୍କ କାନରେ ଏହି କଥା ବାଜିଲା ସେମାନେ ଚାପ ପକାଇବା ପରେ ସିଏମଏସ ଏଥିନେଇ ରାଜି ହୋଇଥିଲେ । ଶ୍ରୀକୃଷ୍ଣ ନିବାସୀ ଆଗ୍ରା ନାମରେ ଟିକେଟ କଟାଯିବା ପରେ ପୂଜାରୀଙ୍କ ସାମ୍ନାରେ ପ୍ଲାଷ୍ଟର କରାଯାଇଥିଲା । ମୋ ଜୀବନ କାଳରେ ଏ ଭଳି ଘଟଣା କେବେ ଦେଖି ନ ଥିଲି ବୋଲି ଡାକ୍ତର ଏକେ ଅଗ୍ରୱାଲ କହିଛନ୍ତି ।

୩୦ ବର୍ଷ ତଳେ ମୁଁ ନିଜ ହାତରେ ଲଡ୍ଡୁ ଗୋପାଳଙ୍କୁ ବିରାଜମାନ କରିଥିଲି । ସେବେଠାରୁ ଛୋଟ ପିଲାଙ୍କ ପରି ସେବା କରି ଆସୁଥିଲି । ଆଉ ତାଙ୍କ ହାତ ଭାଙ୍ଗିଯିବ ମୁଁ ସହିପାରିବି ବୋଲି ପୂଜାରୀ ଜଣଙ୍କ କହିଥିଲେ । ଏହି ଘଟଣା ଉକ୍ତ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ବିଭିନ୍ନ ସ୍ଥାନରୁ ଗୋପଳଙ୍କୁ ଦେଖିବା ପାଇଁ ଭକ୍ତମାନେ ଆସୁଛନ୍ତି ।

Leave A Reply

Your email address will not be published.