Latest Odisha News

BREAKING NEWS

ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ କିର୍ତ୍ତୀ ଚକ୍ର , ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାର

8 ସୈନିକଙ୍କୁ ସୈାର୍ଯ୍ୟ ଚକ୍ର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ  କେନ୍ଦ୍ର ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି ।  ନାୟକ ଦେବେନ୍ଦ୍ର ପ୍ରତାପ ସିଂଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବୀରତା ପୁରସ୍କାର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି। ନାଏକ ଦେବେନ୍ଦ୍ର ପ୍ରତାପ ସିଂ ଚଳିତ ବର୍ଷ ଜାନୁୟାରୀ 29 ରେ ପୁଲୱାମାରେ ହୋଇଥିବା ଅପରେସନରେ ନିୟୋଜିତ ହୋଇଥିଲେ ।  ଯେଉଁଠାରେ ସେ ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିଲେ ଏବଂ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ଏହା ସହ ସୈାର୍ଯ୍ୟ ଚକ୍ର ପୁରସ୍କାର ସେନାର 8 ଜଣ ସୈନିକଙ୍କୁ ପ୍ରଦାନ କରାଯିବ । ଏଥିମଧ୍ୟରୁ ସିପାହୀ କରଣ ଭୀର ସିଂ,  ଜସବୀର ସିଂଙ୍କୁ  ମରଣୋତ୍ତର ସୈାର୍ଯ୍ୟ ଚକ୍ର ପାଇଁ ଘୋଷଣା କରାଯାଇଥିବା ବେଳେ ମେଜର ନିତିନ ଧାନିଆ, ଅମିତ ଦାହିଆ, ସନ୍ଦୀପ କୁମାର, ଅଭିଷେକ ସିଂ, ହାବିଲଦାର ଘନଶ୍ୟାମ ଏବଂ ଲାନ୍ସ ନାୟକ ରାଘବେନ୍ଦ୍ର ସିଂ ନାମ ରହିଛି ।

ଭାରତୀୟ ସେନାର ସନ୍ଧାନୀ କୁକୁର ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବାକୁ ମଧ୍ୟ ଘୋଷଣା ହୋଇଛି । ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଏହି ବୀରତା ପୁରସ୍କାର ଦିଆଯିବ । ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଗୁଳି ବାଜି ଆକ୍ସେଲର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.