Latest Odisha News

ମୃତ୍ୟୁକୁ ଜୟ କରି ନାଁ ହେଲା ବିଜୟିନି, ହସ୍ପିଟାଲରେ ହେଲା ଏକୋଇଶିଆ

ଭୁବନେଶ୍ଵର: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ମୃତ୍ୟୁକୁ ଜୟ କରି ବୋରୱେଲ୍ ରୁ ସୁରକ୍ଷିତ ବାହାରିଥିଲା ବୋଲି ଆଜି ତା ନାଁ ହେଲା ବିଜୟିନି । ଆପଣ ଭାବୁଥିବେ ଆମେ ଏପରି କାହା କଥା କହୁଛୁ । ଇଏ ହେଉଛି ସେଇ ଶିଶୁ ଯାହାର ଜନ୍ମର କେଇ ଘଣ୍ଟା ପରେ ପରିତ୍ୟକ୍ତ ବୋରୱେଲରେ ଫୋପାଡି ଚାଲିଯାଇଥିଲା ମା’ । ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ସେହି କୋମଳମତି ଶିଶୁ କନ୍ୟାର ବୁର୍ଲା ଭୀମସାର ହେଲା ନାମକରଣ । ବୁର୍ଲା ଭୀମସାର ପକ୍ଷରୁ ଆଜି ଏକୋଇଶିଆରେ ଶିଶୁର ନାମକରଣ କରାଯାଇଛି ଏବଂ ଶିଶୁ କନ୍ୟାର ନାଁ ବିଜୟିନୀ ଦିଆଯାଇଛି । ଏବେ ଭୀମସାରରେ ଚିକିତ୍ସାଧୀନ ରହିଛି ଶିଶୁକନ୍ୟା ।

କଣ ବା ଭୁଲ କରିଥିଲା ସେହି କୋମଳମତୀ ଶିଶୁ ଟି । କାହିଁକି ଜନ୍ମ ହଉ ହଉ ତା ସହ ଏପରି ଅନ୍ୟାୟ କଲେ ତା’ର ପରିବାର ଲୋକ । ଝିଅ ବୋଲି ନା କୌଣସି ଅବୈଧ ସନ୍ତାନର କାରଣ ପଲଟିଯାଇଥିଲା ସେହି କୋମଳମତି ଶିଶୁଟି । କେମିତି ମା’ ସାଜିଲା ନିର୍ଦ୍ଦୟ । ତେବେ ଶିଶୁଟିକୁ କିଏ ଓ କାହିଁକି ଏପରି ଫିଙ୍ଗିଦେଇଥିଲା ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିପାରିନଥିବା ବେଳେ, ସେନେଇ ଏବେ ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ଗତ ଦୁଇ ସପ୍ତାହ ପୂର୍ବରୁ ଲାରିପାଲି ଅଞ୍ଚଳରେ ଥିବା ୨୦ ଫୁଟର ବୋରୱେର ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା କରିଥିଲେ । କିନ୍ତୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟାକୁ ନେଇ ଚିନ୍ତାରେ ପଡିଯାଇଥିଲେ ଡାକ୍ତରିଟମ୍ । ଶେଷରେ ଭଗବାନ ହେଲେ ସାହା । ଏବେ ଶିଶୁଟି ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ଅଛି । ଶରୀରରେ ଥିବା ସବୁ କ୍ଷତ ଚିହ୍ନ ଧିରେ ଧିରେ ଶୁଖିଗଲାଣି । ସେ ଏବେ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛି ।

 

Leave A Reply

Your email address will not be published.