Latest Odisha News

BREAKING NEWS

ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର

ବାରିପଦା: ମୟୂରଭଞ୍ଜର ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ ଆମ୍ବୁଲାନ୍ସ ଜଳିଯାଇଛି । ଏଥିରେ ଥିବା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ।

ମିଳିଥିବା ସୂଚନା ମୁତାବକ, ଉଦଳା ମେଡିକାଲରେ ଭର୍ତ୍ତି ହୋଇଥିବା ସୁଯୋଶଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେବା ସକାଶେ ଘରୋଇ ଆମ୍ବୁଲାନ୍ସ ଡକାଯାଇଥିଲା। ସୁଯୋଶଙ୍କୁ ଉକ୍ତ ଆମ୍ବୁଲାନ୍ସରେ ଭର୍ତ୍ତି କରି ଅକ୍ସିଜେନ୍‌ ଲଗାଯାଉଥିବା ବେଳେ ହଠାତ୍‌ ସିଲିଣ୍ଡର ଫାଟି ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା। ଏହି ନିଆଁରେ ସୁଯୋଶ ପୋଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ବିସ୍ଫୋରଣରେ ଆମ୍ବୁଲାନ୍ସର ଛପର ଉଡ଼ି ନିକଟରେ ଥିବା ଶରତ ପ୍ରଧାନ ଓ ମାସି ମୁଣ୍ଡାଙ୍କ ଉପରେ ପଡ଼ିବାରୁ ଉଭୟେ ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ତେବେ ଅକ୍ସିଜେନ ଟାଙ୍କି କିପରି ଫାଟିଲା ସେନେଇ କିଛି ସ୍ପଷ୍ଟ ତଥ୍ୟ ମିଳିନାହିଁ।

Leave A Reply

Your email address will not be published.