Latest Odisha News

ଅଲମ୍ପିକ୍ସରେ ପଦକ ବିଜେତା ଓଡ଼ିଆଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଥିବା ଓଡ଼ିଆ କ୍ରୀଡାବିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଉତ୍ସାହିତ କରିବ ସହ ଶୁଭେଚ୍ଛା ଜଣାଇଛନ୍ତି । ଘୋଷଣା କରିଛନ୍ତି ମେଡାଲ ବିଜେତାଙ୍କ ପାଇଁ ପୁରସ୍କାର ରାଶି। ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ ୬ କୋଟି ଟଙ୍କା ଲେଖାଏ ପୁରସ୍କାର ରାଶି।

ରୌପ୍ୟ ବିଜେତାଙ୍କ ୪ କୋଟି ଓ ବ୍ରୋଞ୍ଜ ବିଜେତାଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଏ ପୁରସ୍କାର ଦେବେ ସରକାର। ଏହାସହ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସରେ ଓଡିଶାରୁ ଭାଗ ନେବେ ୬ ଜଣ ଖେଳାଳି। ଏମାନେ ହେଲେ  ଅଲିମ୍ପିଆନ ଦୁତୀ ଚାନ୍ଦ, ପ୍ରମୋଦ ଭଗତ, ଦୀପଗ୍ରେସ ଏକା, ନାମିତା  ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସେମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କୋଠାର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ପଦକ ଜିତିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସମସ୍ତ ଖେଳାଳି ନିଜ ନିଜର ମତାମତ ଦେଇ ଆଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।

Leave A Reply

Your email address will not be published.