ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ନର୍ଗିସ୍ ଫଖରୀ। ଲସ୍ ଆଞ୍ଜେଲସ୍ରେ ଏକ ବ୍ୟକ୍ତିଗତ ଉତ୍ସବରେ ତାଙ୍କର ଦୀର୍ଘକାଳୀନ ସାଥୀ ଟୋନି ବେଗ୍ଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଏହି ବିବାହରେ କେବଳ ନିକଟତର ପରିବାର ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ଡେଷ୍ଟିନେସନ ୱେଡିଂ ବୋଲି କୁହାଯାଉଛି।
ଏହି କାର୍ଯ୍ୟକ୍ରମର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯେଉଁଥିରେ ‘ହାପି ମ୍ୟାରେଜ୍’ ଲେଖାଯାଇଥିବା ନଜର ଆସିଛି। ଅନ୍ୟ ଏକ ଫଟୋରେ ‘NF’ ଏବଂ ‘TB’ ଲେଖାଥିବା ଏକ ପ୍ଲାକାର୍ଡ ରହିଛି। ରିପୋର୍ଟ ଅନୁଯାୟୀ, ଦୁହେଁ ନିକଟରେ ଲସ୍ ଏଞ୍ଜେଲସରେ ଏକ ବ୍ୟକ୍ତିଗତ ସମାରୋହରେ ଗୁପ୍ତରେ ବିବାହ କରିଛନ୍ତି। ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ତେବେ ଉଭୟ ନର୍ଗିସ୍ ଏବଂ ଟୋନି ନିଶ୍ଚିତ କରିଛନ୍ତି ଯେ “ବିବାହର କୌଣସି ଫଟୋଗ୍ରାଫ୍ ଉଠାଯାଇ ନାହିଁ। ଏହା ଏକ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା ଯେଉଁଥିରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ।”
ଦୁହେଁ ଗତ କିଛି ବର୍ଷ ଧରି ପରସ୍ପରଙ୍କୁ ଡେଟିଂ କରୁଥିଲେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ନର୍ଗିସ୍ ଫାଖରୀଙ୍କ ବିବାହକୁ ନେଇ ଆଲୋଚନା କରୁଛନ୍ତି। ର୍ଗିସ୍ ଏବଂ ଟୋନୀ ତିନିବର୍ଷ ଧରି ଡେଟ୍ କରୁଥିଲେ। ଟୋନୀ ଲସ୍ ଏଞ୍ଜେଲ୍ସରେ ରହୁଥିବା କାଶ୍ମୀରର ଜଣେ ବ୍ୟବସାୟୀ ବୋଲି କୁହାଯାଉଛି। ତେବେ ନର୍ଗିସ୍ ଫାଖରୀଙ୍କ କଥା କହିବାକୁ ଗଲେ ସେ ଆମେରିକାରୁ ଆସିଛନ୍ତି।
Comments are closed.