Latest Odisha News

ଜହ୍ନରେ ଗଡିବ ଟ୍ରେନ୍

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପ୍ରଥମ ରେଲୱେ ଷ୍ଟେସନ ନିର୍ମାଣ କରିବ ନାସା । ଜହ୍ନରେ ତିଆରି ହେବ ରେଳ ବ୍ୟବସ୍ଥା । ବିଭିନ୍ନ ପରୀକ୍ଷଣ ପାଇଁ ପରିବହନ ବ୍ୟବସ୍ଥାକୁ ସହଜ କରିବ ଏହି ରେଳ ବ୍ୟବସ୍ଥା । । ପେଲୋଡ୍ ପରିବହନ ପାଇଁ ନିର୍ମାଣ ହେଉଥିବା ଏହି ରେଳ ଷ୍ଟେସନ୍ ଚନ୍ଦ୍ରରୁ ମଙ୍ଗଳ ଓ RLSO2 ଅଭିଯାନର ଏକ ଅଂଶବିଶେଷ । ଯାହାର ନାମ “ଫ୍ଲେକ୍ସିବଲ୍ ଲେଭିଟେସନ୍ ଅନ୍ ଏ ଟ୍ରାକ୍ ବା FLOAT” । ଏନେଇ ନାସା ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ସହିତ ଇଥାନ୍ ଶାଲେରଙ୍କ ଏକ ପୋଷ୍ଟରେ କୁହାଯାଇଛି ଯେ ‘ଆମେ ଜହ୍ନରେ ପ୍ରଥମ ରେଳ ବ୍ୟବସ୍ଥା ନିର୍ମାଣ କରିବାକୁ ଚାହୁଁଛୁ, ଯାହା ଜହ୍ନରେ ନିର୍ଭରଯୋଗ୍ୟ, ସ୍ବୟଂଶାସିତ ଏବଂ ପରୀକ୍ଷଣ ପାଇଁ ବିଭିନ୍ନ ଜିନିଷ ପରିବହନ କରାଇବାରେ ସାହାର୍ଯ୍ୟ କରିବ ।’

ଏହି ପୋଷ୍ଟ ଅନୁଯାୟୀ,୨୦୩୦ ଦଶକ ବେଳକୁ ଚନ୍ଦ୍ରପୃଷ୍ଠରେ ସ୍ଥାୟୀ ଭାବେ ଦୈନନ୍ଦିନ କାର୍ଯ୍ୟ ପାଇଁ ପରିବହନ ବ୍ୟବସ୍ଥା କଷ୍ଟସାଧ୍ୟ ହେବ।ତେବେ ଏହି ପରିବହନ ଆବଶ୍ୟକତା ପୂରଣ କରିବା ପାଇଁ ନାସାର ଟିମ୍ ଏକ ଟ୍ରାକରେ “ଫ୍ଲେକ୍ସିବଲ୍ ଲେଭିଟେସନ୍ ବା FLOAT” ନାମକ ଏକ ସିଷ୍ଟମର ବିକାଶ କରିବାକୁ ପ୍ରସ୍ତାବ ଦେଇଥିଲେ | FLOAT ସିଷ୍ଟମ୍ ଶକ୍ତିହୀନ ଚୁମ୍ବକୀୟ ରୋବଟ୍ ବ୍ୟବହାର କରିବ ଯାହା ଏକ ଫିଲ୍ମ ଟ୍ରାକ୍ ଉପରେ ଗଢାଯିବ ।

ସିଷ୍ଟମ୍ ବେସ୍ ଚାରିପାଖରେ ଲ୍ୟାଣ୍ଡିଂ ଜୋନ୍ ଏବଂ ଅନ୍ୟାନ୍ୟ ଆଉଟପୋଷ୍ଟକୁ ପେଲୋଡ୍ ପରିବହନ କରିବ | ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖଣି ସ୍ଥାନରୁ ଚନ୍ଦ୍ର ମାଟି ପରିବହନ କରିବା, ଯାହା ଉତ୍ତୋଳନ କିମ୍ବା ନିର୍ମାଣ ପାଇଁ ବ୍ୟବହୃତ ହେବ |

ଆହୁରି ମଧ୍ୟ ଏହି ପୋଷ୍ଟରେ ଦର୍ଶାଯାଇଛି ଯେ,ଚନ୍ଦ୍ରରେ ଥିବା ଧୂଳି ସ୍ଥାନ କି ଅସ୍ବାସ୍ଥ୍ୟକର ପରିବେଶରେ ଏହା ସ୍ବତଃସ୍ପୃତ ଭାବେ ସର୍ବନିମ୍ନ ସାଇଟ୍ ପ୍ରସ୍ତୁତି ସହିତ କାର୍ଯ୍ୟକରିବ । ଏହାର ଟ୍ରାକ୍ ନେଟୱାର୍କ ଗୁଡ଼ିକ ବିକାଶଶୀଳ ଚନ୍ଦ୍ରପୃଷ୍ଠ ମିଶନର ଆବଶ୍ୟକତା ଅନୁସାରେ କାର୍ଯ୍ୟକରିପାରିବ ଏବଂ ସମୟ ସହିତ ଏହାକୁ ପୁଣି ଥରେ ପ୍ରସ୍ତୁତ ମଧ୍ୟ କରିପାରିବ ।

Comments are closed.