Latest Odisha News

BREAKING NEWS

ଭାରତରେ ପ୍ରଥମ ଥର କେବେ ଦିଆଯାଇଥିଲା ୨୧ ତୋପ ସଲାମୀ, କଣ ଏବେ ମଧ୍ୟ ଜାରି ରହିଛି ଏହି ପରମ୍ପରା

ଆମ ଦେଶରେ ଏହି ୨୧ ତୋପ ସଲାମୀର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା | ପ୍ରଥମ ଥର ପାଇଁ ଆମ ଦେଶର ପ୍ରଥମ ରାଷ୍ଟ୍ରପତିଙ୍କୁ ଏହି ୨୧ ତୋପ ସଲାମୀ ଦିଆଯାଇଥିଲା ।

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନେ ୨୧ ତୋପ ସଲାମୀ ଦିଆଯିବା କଥା ତ ଶୁଣିଥିବା । ତେବେ କଣ ଆପଣ ଜାଣିଛନ୍ତି କି ଏହି ସଲାମୀ କାହାକୁ ଦିଆଯାଏ? କଣ ପାଇଁ ଦିଆଯାଏ? ଆମ ଦେଶରେ ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

BjdElectrycity

ଆଜିକାଲି ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସରେ କିମ୍ବା କୌଣସି ବିଦେଶୀ ରାଷ୍ଟ୍ରର ମୁଖ୍ୟଙ୍କୁ ସମ୍ମାନିତ କରିବା ପାଇଁ ଏହି ୨୧ ତୋପ ସଲାମୀ ଦିଆଯାଉଛି । ଏହି ପ୍ରକ୍ରିୟାକୁ ବହୁତ ସମ୍ମାନଜନକ ବିବେଚନା କରାଯାଏ | ଜାନୁୟାରୀ ୨୬,୧୯୫୦ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଦାୟିତ୍ଵ ଗ୍ରହଣ କରିବା ପରେ ସେ ଘୋଡା ଗାଡିରେ ବସି ରାଷ୍ଟ୍ରପତି ଭବନରୁ ଇରୱିନ୍ ଆମ୍ଫିଥିଏଟର (ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍) ରେ ପହଞ୍ଚିଥିଲେ । ସେଠାରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା ।

୨୧ ତୋପ ସଲାମୀ ସେତେବେଳେ ଆନ୍ତର୍ଜାତୀୟ ମାନଦଣ୍ଡ ଭାବରେ ପରିଣତ ହୋଇଗଲା । ୧୯୭୧ ପରଠାରୁ, ୨୧ ତୋପ ସଲାମୀ ରାଷ୍ଟ୍ରପତି ଓ ଅତିଥି ରାଷ୍ଟ୍ରଧ୍ୟକ୍ଷଙ୍କୁ ଦିଆଯାଉଥିବା ସବୁଠାରୁ ବଡ ସମ୍ମାନ ଭାବରେ ବିବେଚନା କରାଗଲା । ଏହା ବ୍ୟତୀତ ନୂତନ ରାଷ୍ଟ୍ରପତିଙ୍କ ଶପଥ ସମୟରେ ଏବଂ କିଛି ବିଶେଷ ମନୋନୀତ ଉତ୍ସବରେ ମଧ୍ୟ ଏହି ସାଲ୍ୟୁଟ୍ ଦିଆଯାଏ |ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଦିଆଯାଇଥିବା ସଲାମୀରେ ୨୧ଟି ଗୁଳି ତ ରହିଥାଏ କିନ୍ତୁ ତୋପ ମାତ୍ର ୮ଟି ଥାଏ । ସେଥିମଧ୍ୟରୁ କେବଳ ୭ ଟି ତୋପ ସାଲ୍ୟୁଟ ପାଇଁ ବ୍ୟବହୃତ ହୁଏ | ପ୍ରତ୍ୟେକ ତୋପରୁ ୩ଟି ଗୁଳି ଫୁଟାଯାଇଥାଏ | ଆଉ ଏହି ସବୁ ପ୍ରକ୍ରିୟାକୁ ମାତ୍ର ୫୨ ସେକେଣ୍ଡରେ ଶେଷ କରିବାକୁ ପଡିଥାଏ । ସଲାମୀ ଦେବା ପାଇଁ ପ୍ରାୟ ୧୨୨ ସୈନିକଙ୍କ ଏକ ଗ୍ରୁପ୍ ରହିଥାଏ । ଯାହାର ମୁଖ୍ୟାଳୟ ମେରଟରେ ଅଛି | ଯାହା ଭାରତୀୟ ସେନାର ସ୍ଥାୟୀ ରେଜିମେଣ୍ଟ ନୁହେଁ।

Leave A Reply

Your email address will not be published.