Latest Odisha News

BREAKING NEWS

ଚନ୍ଦ୍ରଯାନ ୨: ହାର୍ଡ ଲ୍ୟାଣ୍ଡିଂ କରିଥିଲା ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂସ୍ଥଳର ଫଟୋଚିତ୍ର ଜାରି କରିଛି ନାସା ।

ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ଚିତ୍ରଟି ସେୟାର କରିଛି ।

ନାସା ପକ୍ଷରୁ ଜାରି କରାଯାଇଥିବା ଫଟୋଚିତ୍ର ଅନୁଯାୟୀ, ଲ୍ୟାଣ୍ଡର ବିକ୍ରମ ଏକ ପଥୁରିଆ ତଥା ଆବଡାଖାବଡା ସ୍ଥାନରେ ହାର୍ଡ ଲ୍ୟାଣ୍ଡିଂ କରିଛି । ଚନ୍ଦ୍ରର ଚତୁଃପାଶ୍ୱର୍ରେ ଘୂରି ବୁଲୁଥିବା ଅର୍ବିଟର ଥର୍ମାଲ୍ ଜରିଆରେ ନାସା ପକ୍ଷରୁ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋଚିତ୍ର ଅବତରଣ ସ୍ଥଳର କେନ୍ଦ୍ରାଞ୍ଚଳରୁ ୧୫୦ କିଲୋମିଟର ଅଞ୍ଚଳର ବୋଲି ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ ତାରିଖରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିଲା । ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ଚନ୍ଦ୍ରପୃଷ୍ଠ ଅନ୍ଧାରୁଆ ରହିଛି ।

Leave A Reply

Your email address will not be published.