Latest Odisha News

BREAKING NEWS

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନରେ ପତ୍ନୀ ନତାଶାଙ୍କ ପ୍ରେମଭରା ବାର୍ତ୍ତା

ନୂଆଦିଲ୍ଲୀ: ଗତକାଲି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୭ତମ ଜନ୍ମଦିନ ପାଳନ ହୋଇଛି। ଏହି ଅବସରରେ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ନତାଶା ଲେଖିଛନ୍ତି, ମୋର ସବୁଠୁ ଖାସ୍‌ ବନ୍ଧୁ, ଜନ୍ମଦିନର ଶୁଭେଚ୍ଛା। ତୁମେ ଆମ ଜୀବନରେ ସୁଖ ଏବଂ ଉତ୍ସାହ ଭରି ଦେଇଛି। ଆମେ ଏକାଠି ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ମୁଁ କୃତଜ୍ଞ। ମୁଁ ଆଉ ଅପେକ୍ଷା କରିପାରୁନାହିଁ, ତୁମେ ଶୀଘ୍ର ଫେରି ଆସ, ଅଗସ୍ତ୍ୟଙ୍କ ସହ ସମୟ ବିତାଇବ। ‘

ସେ ଆହୁରି ଲେଖିଛନ୍ତି ଯେ, ମୁଁ ତୁମକୁ ବହୁତ ମିସ୍‌ କରୁଛି। ତୁମେ ବହୁତ ଭଲ ଏବଂ ଆମେ ତୁମକୁ ଭଲପାଉ। ସେମିତି ସବୁବେଳେ ହସୁଥାଅ, ଏବଂ ଆମ ପାଇଁ ସବୁବେଳେ ପ୍ରେରଣା ହୋଇ ରୁହ। ତୁମେ ଏହି ଦୁନିଆର ସମସ୍ତ ସୁଖ ପାଇବାକୁ ଯୋଗ୍ୟ। ଏହି ପୋଷ୍ଟ ସହିତ ନତାଶା କିଛି ଫଟୋ ଏବଂ ଏକ ଭିଡିଓ ସେୟାର୍‌ କରିଥିଲେ। ହାର୍ଦ୍ଦିକ ବର୍ତ୍ତମାନ ଦୁବାଇରେ ଅଛନ୍ତି ଏବଂ ଆଇପିଏଲ୍ ୨୦୨୦ ରେ ଅଂଶଗ୍ରହଣ କରୁଛନ୍ତି।

Comments are closed.