Latest Odisha News

ଜାଗୃତି ସାଂସ୍କୃତିକ ପରିଷଦର ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ

ଭୁବନେଶ୍ୱର : ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଉଦ୍ଘାଟିତ ହୋଇଯାଇଛି।

BjdElectrycity

ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ବରିଷ୍ଠ ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀଗୁରୁ ରାମହରି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଦୁଇ ଯୁବ ପ୍ରତିଭାବାନ କଳାକାର ଯଥା ରାହୁଲ୍ ଆଚାର୍ଯ୍ୟ (ଓଡ଼ିଶୀ ନୃତ୍ୟ) ଓ ହିମାଂଶୁ ଶେଖର ସ୍ୱାଇଁ (ଓଡ଼ିଶୀ ସଙ୍ଗୀତ) ଙ୍କୁ ଜାଗୃତି ଯୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପରେ ଜାଗୃତି ସାଂସ୍କୃତିକ ପରିଷଦ ଦ୍ବାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ପଲ୍ଲୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା ।

ବିଶ୍ୱଜିତ୍ ବଳିଆରସିଂହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଅନୁଷ୍ଠାନର ମାନେଜିଂ ଟ୍ରଷ୍ଟି ନିରଞ୍ଜନ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏବଂ ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.