Latest Odisha News

BREAKING NEWS

୨୨ରୁ ପୁରୀରେ ଅନୁଷ୍ଠିତ ହେବ ଜାତୀୟ ନାଟକ ମହୋତ୍ସବ

ପୁରୀ : ରଙ୍ଗଶାଳା ଆନୁକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆସନ୍ତା କଲି ଅର୍ଥାତ ୨୨ତାରିଖରୁ ତ୍ରୟୋଦଶ ତମ ଜାତୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ଦେବାନନ୍ଦ ନାୟକଙ୍କୁ ନାଟ୍ୟ ସଂଜୀବନୀ ବ୍ୟୋମକେଶ ସମ୍ମାନ ଏବଂ ଲକ୍ଷ୍ମୀଧର ମିଶ୍ର, ପ୍ରସନ୍ନ ମିଶ୍ର,ବାଞ୍ଛାନିଧି ପଟ୍ଟନାୟକ ,ପଞ୍ଚାନନ ଦାସ,ସତ୍ୟ ଦାସ, ଜିତେନ୍ଦ୍ର ମହାନ୍ତି,ବିଶ୍ଵନାଥ ମିଶ୍ର ଏବଂ ମନୋରମା ମହାନ୍ତିଙ୍କୁ ରଙ୍ଗଶାଳା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ସୁଦୂର ଆସାମର ଗୋଟିଏ ନାଟ୍ୟଦଳ ସମେତ ଓଡ଼ିଶାର ତିନୋଟି ନାଟ୍ୟାନୁଷ୍ଠାନ ନାଟକ ପରିବେଷଣ କରିବେ ବୋଲି ସଭାପତି ଗିରିଶ ନାୟକ,କାର୍ଯ୍ୟକାରୀ ସଭାପତି ବଳରାଜ୍ ତ୍ରିପାଠୀ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭରତ ନାୟକ ଏବଂ ନିର୍ଦ୍ଦେଶକ ବିକ୍ରମ ସାହୁ ପ୍ରମୁଖ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

Comments are closed.