Latest Odisha News

BREAKING NEWS

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ ।

ଅମିତ ଶାହଙ୍କ ଗସ୍ତ ସ୍ଥଗିତ ନେଇ ଦିଲ୍ଲୀର କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ରାଜ୍ୟ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖରେ ଅମିତ ଶାହ ଓଡ଼ିଶା ଆସିବେ ନାହିଁ ।

କୁହାଯାଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରଣନୀତି ପାଇଁ ଦିଲ୍ଲୀରେ ଅମିତ ଶାହ ରହିବେ । ତେବେ ଅମିତ ଶାହ ୨୬ ତାରିଖ ପରିବର୍ତ୍ତେ କେବେ ଓଡ଼ିଶା ଆସିବେ ତାହା ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଜଣାପଡ଼ିବ ।

ଶାହଙ୍କ ଭଦ୍ରକ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ଧାମନଗର ବିଧାନସଭା କ୍ଷେତ୍ରରେ ଏକ ରାଲିରେ ଯୋଗ ଦେଇଥାନ୍ତେ ଅମିତ ଶାହ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ଶାହଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା ।

Leave A Reply

Your email address will not be published.