Latest Odisha News

BREAKING NEWS

ଆଜି କୋଣାର୍କ ମନ୍ଦିର ସମେତ ସମସ୍ତ ଐତିହ୍ୟ ସ୍ଥାନ ପ୍ରବେଶ ଶୁଳ୍କ ଛାଡ: ଏଏସଆଇ

ନୂଆଦିଲ୍ଲୀ:  ବିଶ୍ୱ ଐତିହ୍ୟ ସପ୍ତାହ ପାଳନ  ଅବସରରେ ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଭିନ୍ନ ଐତିହ୍ୟ ସ୍ଥାନ ଆଜି ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଆଜି କୋଣାର୍କ ସୂର୍ଯ୍ୟମନ୍ଦିରରେ ମଧ୍ୟ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଜି ଦିନକ ପାଇଁ ମାଗଣାରେ କୀର୍ତ୍ତିରାଜି ବୁଲିପାରିବେ ପର୍ଯ୍ୟଟକ । ଏଏସଆଇ ଅଧୀନରେ ଆସୁଥିବା ଦେଶର ସମସ୍ତ ଐତିହ୍ୟ ସ୍ଥଳି ଆଜି ମାଗଣାରେ ବୁଲିପାରିବେ । ଦେଶ ଓ ରାଜ୍ୟର ସବୁ ଏଏସଆଇ ଅନ୍ତର୍ଗତ ଐତିହ୍ୟ ସ୍ଥଳିରେ ଆଜି ଦିନକ ବୁଲିବା ମାଗଣା ବୋଲି କୁହାଯାଇଛି ।

ଏପରିକି ପ୍ରବେଶ ଶୁଳ୍କ ଛାଡ କରାଯାଇଥିବାରୁ ତାଜମହଲରେ ଆଜି ସକାଳୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଛି । ପର୍ଯ୍ୟଟକଙ୍କ ପାଇଁ ମାଗଣା ବ୍ୟବସ୍ଥାରେ ବୁଲିବାକୁ ଆଜି ପାଇଁ ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା  ବେଳେ ସୂର୍ଯ୍ୟମନ୍ଦିର ପରିସରରେ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ଏଏସଆଇ ଘୋଷଣା ପରେ ଆଜି  ଲୋକମାନେ ଏଏସଆଇ ଦ୍ବାରା ସଂରକ୍ଷିତ ବିଭିନ୍ନ ଐତିହ୍ୟ ସ୍ଥାନକୁ ମାଗଣାରେ ପରିଦର୍ଶନ କରିପାରିବେ  ।  ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପର୍ଯ୍ୟଟକମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛି ।

Leave A Reply

Your email address will not be published.