କେନ୍ଦୁଝର: ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନ । ଜମ୍ମୁରେ ୨୨ରୁ ୨୬ ନଭେମ୍ବର ଯାଏଁ ଚାଲିଥିବା ୬୮ ତମ ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଓଜନ ବର୍ଗର ଉସୁ କ୍ରୀଡ଼ାରେ ୫ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏହି କ୍ରିଡାବିତ୍ ମାନେ ।
ଜଣେ ସ୍ୱର୍ଣ୍ଣ, ୩ ଜଣ ରୌପ୍ୟ ଓ ଜଣେ କାଂସ୍ୟ ପଦକ ଜିତିଛନ୍ତି । ୪୦ କେଜି ବର୍ଗରେ ରାଜେଶ ନାଗ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ, ୪୫ କେଜି ବର୍ଗରେ ମଦନ ମୁଣ୍ଡା, ୪୮ କେଜି ବର୍ଗରେ ରମେଶ ମୁଣ୍ଡା, ୩୬ କେଜି ବର୍ଗରେ ମାଳିନୀ ମୁଣ୍ଡାଙ୍କୁ ରୌପ୍ୟ ଓ ୫୨ କେଜି ବର୍ଗରେ ପରବିଲ ମୁଣ୍ଡା କାଂସ୍ୟ ପଦକ ଜିତିଛନ୍ତି ।
ଏହି ଚମତ୍କାର ବିଜୟରେ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ ଶାଲୁ ଜିନ୍ଦଲ କହିଛନ୍ତି, “ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତଙ୍କ ଏହି ବିଜୟରେ ଆମେ ଅତ୍ୟନ୍ତ ଗୌରାବନ୍ୱିତ । ଏହି ସଫଳତାରେ ସେମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପ୍ରତିଫଳିତ ହେଉଛି । ଜିନ୍ଦଲ ଫାଉଣ୍ଡେସନ କ୍ରୀଡ଼ା ମାଧ୍ୟମରେ ଗ୍ରାମୀଣ ଓ ଆଦିବାସୀ ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।”
ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ ୬୦ କ୍ରୀଡ଼ା ପ୍ରତିଭାଙ୍କୁ କ୍ରୀଡ଼ା ଓ ଶିକ୍ଷାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ସର୍ବୋତ୍କୃଷ୍ଟ ସୁବିଧା ଯୋଗାଇଦେଉଛି । ଜାତୀୟ ସ୍କୁଲ କ୍ରୀଡ଼ାରେ ହଷ୍ଟେଲ ଅନ୍ତେବାସୀଙ୍କ ଚମତ୍କାର ପ୍ରଦର୍ଶନ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇବାରେ ଜିନ୍ଦଲ ଫାଉଣ୍ଡେସନର ପ୍ରୟାସକୁ ପ୍ରତିଫଳିତ କରୁଛି ।
Comments are closed.