Latest Odisha News

ବାନ୍ଧିପାରିବ ତ ପୁଷ୍ପା-୨ର ରନଟାଇମ୍?

ମୁମ୍ବାଇ: ଗତ ୩ ବର୍ଷ ହେବ ପୁଷ୍ପା ୨ ହୃତସ୍ପନ୍ଦନ ବଢାଇ ରଖିଛି । ପୁଷ୍ପା ଦ ରାଇଜର ରିଲିଜ୍ ପରେ ଏହାର ପାର୍ଟ ୨ କୁ ଚାତକ ଭଳି ଚାହିଁ ରହିଛନ୍ତି ଦର୍ଶକ । ଆଉ ଦର୍ଶକଙ୍କ ଉତ୍କଣ୍ଠାକୁ ବରକରାର ମଧ୍ୟ ରଖିଛନ୍ତି ପାନ୍ ଇଣ୍ଡିଆ ଆକ୍ଟର ଅଲ୍ଲୁ ଅର୍ଜୁନ୍ । କେତେବେଳେ ପୋଷ୍ଟ ରିଲିଜ୍ କରି ତ ଆଉ କେତେବେଳେ ଫିଲ୍ମରେ ଥିବା ତାଙ୍କର ନୂଆ ଲୁକ୍ ସହ । ଏହି ନିକଟରେ ଏହାର ଟ୍ରେଲର ରିଲିଜ୍ ହେବା ପରେ ଏହା ଦର୍ଶକଙ୍କ କ୍ରେଜକୁ ଆହୁରି ବୃଦ୍ଧି କରିଛି । ଏହାକୁ ନେଇ ଏବେ ଖବର ଆସୁଛି ଯେ, ଫ୍ୟାନ୍ସଙ୍କ ଉତ୍କଣ୍ଠା ଦେଖି ଫିଲ୍ମର ରନଟାଇମକୁ ମଧ୍ୟ ବୃଦ୍ଧି କରାଯାଇଛି ।

କୁହାଯାଉଛି ଡିସେମ୍ବର ୫ରେ ଆସିବାକୁ ଥିବା ଫିଲ୍ମ ପୁଷ୍ପା ୨ ଦି ରୁଲ୍ର ସମୟ ଅବଧି କାଫି ଲମ୍ବା ରହିଛି । ତେବେ ସାଧାରଣତଃ ଫିଲ୍ମ ଗୁଡିକ ୩ ଘଣ୍ଟା ମଧ୍ୟରେ ରହିଥାନ୍ତି । ଏଥିରୁ ଅଧିକ ସମୟର ହେଲେ ଏହା ଫାନ୍ସଙ୍କୁ ବୋର କରିଥାଏ । କିନ୍ତୁ କଥା ଯେତେବେଳେ ଫିଲ୍ମର ଚାହିଦା ନେଇ ଆସେ । ଦର୍ଶକ ଯେତେବେଳେ ଫିଲ୍ମ ପାଇଁ ଅଧିକ ଉତ୍ସାହିତ ରହିଥାନ୍ତି, ସେତେବେଳେ ଫିଲ୍ମର ରନଟାଇମକୁ ବୃଦ୍ଧି କରି ଏକ୍ସସାଇଟମେଣ୍ଟ ଲେବଲକୁ ଆହୁରି ଅଧିକ ବୃଦ୍ଧି କରନ୍ତି ନିର୍ମାତା ।

ସେହିପରି ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପୁଷ୍ପା ୨ ଦି ରୁଲକୁ ମଧ୍ୟ ଦର୍ଶକଙ୍କ କ୍ରେଜ୍ ଅନୁଯାୟୀ ବୃଦ୍ଧି କରାଯାଇଛି । ସେନସର ବୋର୍ଡକୁ ଏହି ଫିଲ୍ମର ଯେଉଁ ଫାଇନାଲ କପି ପଠାଯାଇଛି, ସେଥିରେ ପୁଷ୍ପା-୨ର ରନଟାଇମ୍୩ ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ରହିଛି । ତେବେ ପୁର୍ବରୁ ମଧ୍ୟ ଏହି ଫର୍ମୂଲା ଅନେକ ଫିଲ୍ମରେ ଆପଣାଇଛନ୍ତି ନିର୍ମାତା । ଗତ ବର୍ଷ ରଣବୀର କପୂରଙ୍କ ଅଭିନୀତ ଆନିମଲ ଫିଲ୍ମର ରନଟାଇମ ବି କିଛି ଅଧିକ ରହିଥିଲା । ୩ ଘଣ୍ଟା ୨୧ ମିନିଟ ଲମ୍ବା ଫିଲ୍ମ ଆନିମଲ ଗତ ୧୫ ବର୍ଷରେ ଆସିଥିବା ସବୁଠୁ ଅଧିକ ରନ ଟାଇମ ଥିବା ଫିଲ୍ମ ବନିଥିଲା । ଆଉ ବକ୍ସ ଅଫିସରେ ଧୁମ୍ ମଚାଇଥିଲା ଏହି ଫିଲ୍ମ । ସେହିପରି କଲ୍କି ୨୮୯୮ ଏଡି, ଦ ଗୋଟ୍, ସ୍ତ୍ରୀ-୨ ଭଳଇ ପିଲ୍ମ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ତାର ଦର୍ଶକଙ୍କୁ ବାନ୍ଧି ରଖିପାରିଛି ।

ଆଉ ଏବେ ପୁଷ୍ପା ୨ର କ୍ରେଜକୁ ଦେଖିବାକୁ ଗଲେ ଏହାର ରନଟାଇମ ଦର୍ଶକଙ୍କୁ ବେଶୀ ବାନ୍ଧିବା ନେଇ ଆଶା ରଖାଯାଇଛି ।

Comments are closed.