Latest Odisha News

BREAKING NEWS

ଶରୀରରେ କୋଲେଷ୍ଟ୍ରୋଲର ବଢିବାର କାରଣ ଓ ଏହାର ଘରୋଇ ନିରାକରଣ, ଜାଣନ୍ତୁ

ଭୁବନେଶ୍ୱର: ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଯାଇଥାଏ। ଏବଂ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଟ୍ରାଇଗ୍ଲିସେରାଇଡ୍‌ରେ ପରିଣତ ହୋଇଥାଏ। ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରାନଯାଏ, ତେବେ ଏହା ମଧୁମେହ, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗ ସୃଷ୍ଟି କରିପାରେ।

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଉପାୟ ହେଉଛି ଖାଦ୍ୟରେ ନିୟନ୍ତ୍ରଣ, ବ୍ୟାୟାମ ଓ ଔଷଧ ସେବନ କରିବା। ଆଜିକାଲି ଲୋକଙ୍କର ଶାରୀରିକ ପରିଶ୍ରମ କରିବା କମିଗଲାଣି। ତେଣୁ, ଏଭଳି କ୍ଷେତ୍ରରେ ଖାଦ୍ୟରେ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ।

ପ୍ରତିକାର:

ପ୍ରତିଦିନ ଗଜାମୁଗ, ଗଜାବୁଟ, ସିଝା ବୁଟ ବା ଛୋଲେ, ଫଳମୂଳ, ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ଖାଦ୍ୟରେ ଛଣାଛଣି ଓ ଅଧିକ ତେଲର ବ୍ୟବହାରକୁ କମ୍‌ କରିବାକୁ ପଡ଼ିବ।

ଆମେ ଖାଦ୍ୟରେ ଯେଉଁ ତେଲ ବ୍ୟବହାର କରୁ, ତାହା ସାଧାରଣତଃ ଉଦ୍ଭିଦରୁ ମିଳିଥାଏ। ତେଣୁ ସମସ୍ତ ପ୍ରକାର ତେଲରେ କୋଲେଷ୍ଟ୍ରୋଲ୍‌ ନାହିଁ। କିନ୍ତୁ, ତାହା ଆମର ଦେହରେ ଯାଇ ଯକୃତରେ କୋଲେଷ୍ଟ୍ରୋଲ ତିଆରି କରିଥାଏ। ତେଲ ମଧ୍ୟରେ ସବୁଠାରୁ ଭଲ ହେଉଛି ଅଲିଭ୍‌ ଅଏଲ୍‌।ଅଲିଭ ଅଏଲ୍‌କୁ ଛଣାଛଣି କରିବା ପାଇଁ ବ୍ୟବହାର କରାଯାଇନ ଥାଏ। ଏହାଦ୍ଵାରା ଅଲିଭ୍‌ ଅଏଲ୍‌ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ।

Comments are closed.