Latest Odisha News

BREAKING NEWS

ବିନା ଭକ୍ତରେ ଶକ୍ତି ପୀଠ ଗୁଡିକରେ ଚାଲିଛି ଦେବୀ ପୂଜା

ଭୁବନେଶ୍ୱର: ଓଡିଶା ସମେତ ସମସ୍ତ ସ୍ଥାନର ଶକ୍ତିପୀଠ ଗୁଡିକରର ଆରମ୍ଭ ହୋଇ ଯାଇଛି ନବରାତ୍ର ପୂଜା। ନବରାତ୍ରୀ ଅବସରରେ ଓଡିଶାରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ବିଶେଷ ପୂଜାର୍ଚନା । ପ୍ରାୟ ୮ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ମନ୍ଦିର । ମାତ୍ର ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ନାହିଁ ଅନୁମତି।

ନବରାତ୍ରରେ ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ଅବକାଶ, ଅଭିଶେକ, ମାଜଣା, ଖେଚଡ଼ି, ରାଜଭୋଗ ଓ ପହୁଡ଼ ଆଦି ବିଭିନ୍ନ ରୀତିନୀତି ଆଦି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ଏହା ଛଡ଼ା ନବରାତ୍ରୀରେ ମା’ ବିଭିନ୍ନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଏହି ନବରାତ୍ର ସମୟକୁ ହିଁ ଅପେକ୍ଷା କରି ରହିଥାନ୍ତି । ମାତ୍ର ଚଳିତ ବର୍ଷ ଏସବୁ ଉପରେ ଭାରି ପଡିଛି କରୋନା ମହାମାରୀ। ମାଆଙ୍କ ଦର୍ଶନରୁ ବଞ୍ଚିତ ହେଉଛି ଭକ୍ତ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ଭୂତାଣୁ।

ତେବେ ନାବରାତ୍ରର ଏହି ପବିତ୍ର ଅବସରରେ ମାଆ ଧରବତାରଣ କରନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି । ତେବେ ମାଆଙ୍କ ଆଗମନରେ ଯେପରି ଧାରା ପୃଷ୍ଠରେ ନୂଆ ପୁଲକ ଭରି ଯାଏ, ଠିକ ସେହିଭଳି ମାଙ୍କ କରୁଣାରୁ ଏହି ମହାମାରୀ ଯେ ପୃଥିବୀରୁ ଲୋପ ପାଇ ଯାଉ ଏହାହିଁ ସଭିଙ୍କ କାମନା।

Comments are closed.