Latest Odisha News

BREAKING NEWS

ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ସାମ୍ମୁଖ୍ୟ ଗଠନ କରିବାର ସୂଚନା ଦେଲେ ନବୀନ

ଭୁବନେଶ୍ୱର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ ସଭାପତି କେ ଚନ୍ଦ୍ରଶେଖର ରାଓଙ୍କ ସହିତ ରବିବାର ଦିନ ସାକ୍ଷାତ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ମେଣ୍ଟକରିବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଉଭୟେ କେସିଆ ଏବଂ ନବୀନ କହିଛନ୍ତି, ଜାତୀୟ ସ୍ୱାର୍ଥ ନେଇ ଆଲୋଚନା ହୋଇଛି ଏବଂ ଆଗାମୀ ଦିନରେ ଏହା ଜାରି ରହିବ ।

“ଆମେ ଆଞ୍ଚଳିକ ଦଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ଅଲୋଚନା ହୋଇଛି ଏବଂ ସମଭାବାପନ୍ନ ଦଳମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବାକୁ ଯାଉଛି,”ବୋଲି କେସିଆର୍ କହିଛନ୍ତି ।

ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏକାଠି ନିର୍ବାଚନ ଲଢିବା ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, “ଆମେ ଏପର୍ଯ୍ୟନ୍ତ ସେକଥା ଆଲୋଚନା କରିନାହୁଁ, ଅପେକ୍ଷା କରନ୍ତୁ, ଦେଖନ୍ତୁ କ’ଣ ହେଉଛି,”ବୋଲି କହିଛନ୍ତି କେସିଆର ।

ଆଗାମୀ ଦିନରେ ସଂସଦୀୟ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ କଂଗ୍ରେସ ଓ ବିଜେପିର ବିକଳ୍ପ କଥା ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । କୋଲକାତାଠାରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୋମବାର ଦିନ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେଠାରୁ ସେ ସିଧ୍ୟା ଦିଲ୍ଲୀ ଯାଇ ବିଏସପି ନେତ୍ରୀ ମାୟାବତୀ ଏବଂ ଏସପି ନେତା ଅଖିଲେଶ ଯାଦବଙ୍କୁ ଏସମ୍ପର୍କରେ ଭେଟି ଆଲୋଚନା କରିବେ ।

ଋବିବାର ଦିନ ଗଣମାଧ୍ୟମକୁ କେସିଆର କହିଛନ୍ତି, ନବୀନଙ୍କୁ ସେ ଖୁବ ଶିଘ୍ର ପୁଣି ଥରେ ଭେଟିବାକୁ ଯାଉଛନ୍ତି ।

“ଦେଶ ଏକ ପରିବର୍ତ୍ତନ ଚାହୁଁଛି, ଏକ ଗୁଣାତ୍ମାକ ପରିବର୍ତ୍ତନ ଲାଗି କଥାବାର୍ତ୍ତା ଜାରି ରହିଛି । ଆମେ ଉଦ୍ୟମ ଜାରି ରଖିଛୁ, ମାତ୍ର ଏସମ୍ପର୍କରେ ସେମିତି କଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଲାଗୁଛି, ଖୁବ ଶିଘ୍ର ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ । ମୁଁ ଭାବୁଛି ନବୀନଙ୍କ ସହିତ ଆମର ପୁଣିଥରେ ଭେଟ ହେବାର କାର୍ଯ୍ୟକ୍ରମ ରହିଛି,”ବୋଲି କହିଛନ୍ତି କେସିଆର ।

ଋବିବାର ଦିନ ଉଭୟ ଆଞ୍ଚଳିକ ଦଳର ସୁପ୍ରିମୋଙ୍କ ସାକ୍ଷାତ ଆଲୋଚନାରେ ଏପଟେ କଂଗ୍ରେସ କହିଛି ଯେ, କଂଗେସ ଦଳ ନେତୃତ୍ୱରେ ଗଠିତ ହେଉଥିବା ମେଣ୍ଟକୁ ଏହା ଦୁର୍ବଳ କରିଦେବାକୁ ଏହା ଏକ ପ୍ରଚେଷ୍ଟା ମାତ୍ର । ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ରାମଚନ୍ଦ୍ର ଖୁଣ୍ଟିଆ ଅଭିଯୋଗ କରି କହିଛନ୍ତି, ଟିଆରଏସ ଏବଂ ବିଜେଡ଼ି ଭାରତୀୟ ଜନତା ପାର୍ଟିର ଏକ ବି-ଟିମ୍ ରୂପେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସମାନଭାବେ ଏହି ସାକ୍ଷାତ ଆଲୋଚନାକୁ ସମାଲୋଚନା କରାଯାଇଛି । ଦଳର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, ତୃତୀୟ ସାମ୍ମୁଖ୍ୟ ଲୋପ ପାଇଯିବ ଏବଂ ପୁଣିଥରେ ବିଜେପି ଶାସନକୁ ଆସିବ ।

ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଆଲୋଚନା ହୋଇଥିଲା । ଏହି ସାକ୍ଷାତ ସମ୍ପର୍କରେ ନବୀନ କହିଛନ୍ତି, ଆମ ସାକ୍ଷାତରେ ପୋଲାଭରମ ପ୍ରସଙ୍ଗ ତଥା ସଂସଦ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଆଲୋଚନା ହୋଇଛି ।

Leave A Reply

Your email address will not be published.