Latest Odisha News

BREAKING NEWS

ଆରମ୍ଭ ହେଲା ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ଆସ୍କାରେ ନବୀନଙ୍କ ରୋଡ ଶୋ’

ଆସ୍କା : ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ଶେଷ ହେବାର ଗୋଟିଏ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଆସ୍କା ଲୋକସଭା ଆସନ ଲାଗି ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିର୍ମିତ ଏକ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ହାଇ-ଟେକ୍ ବସରେ ରୋଡ ଶୋ’ କରି ସାନଖେମୁୂଣ୍ଡି ଅଭିମୁଖେ ଗସ୍ତ କରିବେ ।

ସାନଖେମୁଣ୍ଡିରେ ରୋଡ ଶୋ’ ପରେ ନବୀନ ପାଟପୁରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଚୁନ୍ଦଗପୁର ଓ ସାହାସପୁର ଗସ୍ତ କରିବା ସହ ରାଧାଦେଇପୁରରେ ପହଞ୍ଚିବା ପରେ ଏକ ରୋଡ ଶୋ’ କରିବେ । ପ୍ରାୟ ଦ୍ୱିପ୍ରହର ସମୟରେ ଏରେଣ୍ଟା, ଖଲିଙ୍ଗ. ଅଦପଡା, କଙ୍କରଡା, କଉଦିଆ ଛକ, ଜଗନ୍ନାଥପୁର ଓ ରାମଚନ୍ଦ୍ରପୁର ଅଭିମୁଖେ ଗସ୍ତ କରିବେ ।

ପରବର୍ତ୍ତୀ ସମୟରେ ନବୀନ ଭୁବନେଶ୍ୱର ଫେରିବା ପରେ ସେରଗଡ ଠାରେ ଆୟୋଜିତ ଏକ ଜନସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.