Latest Odisha News

BREAKING NEWS

ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । ଏଥି ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅଭୟକାନ୍ତ ଦୁର୍ନୀତିଗ୍ରସ୍ତ ଅଫିସର ଥିଲେ । ଲକଡାଉନ ସମୟରେ ପୁଅ ଆକାଶ ସହ ଦେଶର ବିଭିନ୍ନ ସ୍ଥାନକୁ ମଉଜ ମଜଲିସ୍ କରୁଥିବା ଅଭିଯୋଗ ଆସିଥିଲା । ଏହାକୁ ଦର୍ଶାଇ ତାଙ୍କର ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ତେବେ ଜଣେ ଅଫିସରଙ୍କ ନାମରେ କେନ୍ଦ୍ରକୁ ସୁପାରିଶ କରିବା କ୍ଷେତ୍ରରେ ଓଡିଶା ହେଉଛି ପ୍ରଥମ ଘଟଣା । କିଛି ଦିନ ତଳେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

Leave A Reply

Your email address will not be published.