Latest Odisha News

୨୮ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନ ପେସର ଅମୀର

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରି ଗୁରୁବାର ଯୁବ ପେସ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୮ ବର୍ଷୀୟ ଅମୀର ପାକିସ୍ତାନକୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ତାଙ୍କୁ ଦଳରେ ନିଆଯାଇ ନ ଥିବାରୁ ସେ ନିରାଶ ଥିଲେ ।

ମୁଁ କ୍ରିକେଟଠାରୁ ଦୂରେଇବାକୁ ଚାହୁଁ ନାହିଁ । ମାତ୍ର ପିସିବି ମୋତେ ଏହାଠାରୁ ଦୁରେଇ ନେଇଛି ବୋଲି ସେ କହିଛନ୍ତି । ୨୦୧୯ରେ ଅମୀର ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୨୦୦୯ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।

Leave A Reply

Your email address will not be published.