Latest Odisha News

BREAKING NEWS

ପ୍ରଣବ ସରକାରୀ ଉପ-ମୁଖ୍ୟ ସଚେତକ ଓ ରଜନୀକାନ୍ତ ସିଂହ ବିଜେଡିର ଉପ-ବାଚସ୍ପତି ପ୍ରାର୍ଥୀ ଘୋଷିତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଧାନସଭା ଉପବାଚସ୍ପତି ପଦ ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି।

ସେହିପରି ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାର ବାଚସ୍ପତି ଭାବେ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇଛନ୍ତି।

Comments are closed.