Latest Odisha News

BREAKING NEWS

ଅଗ୍ନିଶମ ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : କେନ୍ଦ୍ରାପଡାରେ ଗାଡିରେ ଛୁଆ ଜନ୍ମ ଘଟଣାରେ ଅଗ୍ନିଶମବାହିନୀକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି ।
ଏଥିରେ ସେ ଲେଖିଛନ୍ତି ଯେ ବାତ୍ୟା ଅମ୍ଫାନ ସମୟରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଓଡିଶା ଅଗ୍ନିଶମ ବାହିନୀର ଏପରି ଉତ୍ସର୍ଗୀକୃତ ମାନବୀୟ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ନିଷ୍ଠାପର ଉଦ୍ୟମ ବଳରେ ମା ଓ ଶିଶୁର ଜୀବନ ରକ୍ଷା କରିଥିବା ସମସ୍ତ ଅଗ୍ନିସେବା କର୍ମଚାରୀଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ଏଥି ସହ ନବ ଜନ୍ମିତ ଶିଶୁର ଭବିଷ୍ୟତ କାମନା କରିଛନ୍ତି ନବୀନ ।

ସୂଚନା ମୁତାବକ, କେନ୍ଦ୍ରାପଡା ମହାକାଳପଡ଼ା ପଞ୍ଚାୟତର ଜହଁରା ଗାଁର ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ବାଟରେ ବହୁସଂଖ୍ୟକ ଗଛ ଭାଙ୍ଗି ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ନ ପାରିଥିଲା। ଏହାପରେ ବାତ୍ୟା ଅମ୍ଫାନର ମୁକାବିଲା ଲାଗି ଥିବା ଏକ ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସୂତି ଜାନକୀଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାଧ୍ୟ ହୋଇଥିଲେ ।

ତେବେ ଗାଁରୁ ମାତ୍ର ତିନି କିଲୋମିଟର ବାଟ ଯିବା ପରେ ସେହି ଗାଡ଼ିରେ ଜାନକୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.