Latest Odisha News

BREAKING NEWS

ବର୍ଷିଆନ ସାମ୍ବାଦିକ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ

ଢେଙ୍କାନାଳ: ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ମିଶ୍ରଙ୍କର ବୁଧବାର ଦିନ ଢେଙ୍କାନାଳ ସହରସ୍ଥିତ କୁଞ୍ଜକାନ୍ତଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ବାର୍ଦ୍ଧକ୍ୟ ଜନକ ଅସୁସ୍ଥତା କାରଣରୁ ଶ୍ରୀ ମିଶ୍ରଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସ୍ୱର୍ଗତ ମିଶ୍ର ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖାର ଉପଦେଷ୍ଟା ତଥା ଭୂବନଶ୍ରୀର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ସକ୍ରୀୟ ସଦସ୍ୟ ଥିବା ସହିତ ଉତ୍କଳ ସାମ୍ବାଦିକ ସଂଘର ପ୍ରାକ୍ତନ ଉପଦେଷ୍ଟା ଥିଲେ ।

ତାଙ୍କର ବିୟୋଗରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.