Latest Odisha News

BREAKING NEWS

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ପୁଣି ନବୀନଙ୍କ ଦାବି

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ଶୁକ୍ରବାର ଦିନ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭର୍ଚୁଆଲ୍ ମୋଡ୍ ଉପରେ ନବ ଗଠିତ ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରୀଣି କମିଟି ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାରେ ଥିବା ଜାତୀୟ ଦଳ ଓଡିଶା ପୁଣି ଅବହେଳିତ ରହିଛି।

“ଉଭୟ ବିଜେପି ଏବଂ କଂଗ୍ରେସ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିର୍ବାଚନ ପରେ ଉଭୟ ଦଳ ପ୍ରତିଶ୍ରୁତି ବିଷୟରେ ଭୁଲି ଯାଇଛନ୍ତି” ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.