ଭୁବନେଶ୍ବର: ରାଉରକେଲାରେ ବର୍ଷାର ତାଣ୍ଡବ। ରାଉରକେଲା ସହର ଏବେ ଜଳବନ୍ଦୀ ରହିଛି । ସହରବାସୀ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମାଲୋଚନା କରିଛନ୍ତି ।
ନବୀନ ଲେଖିଛନ୍ତି କି, ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତି ଗମ୍ଭୀର ଚିନ୍ତାର ବିଷୟ। ସହରବାସୀଙ୍କ ଧନଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବା ବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି। ସହରୀ ବନ୍ୟାରେ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ଜୀବନ ବଞ୍ଚୁଛନ୍ତି। ସରକାରୀ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁ ନଥିବାର ମଧ୍ୟ ଅଭିଯୋଗ ଆସୁଛି। ଏପରି ଅସମୟରେ ଲୋକଙ୍କ ସାଥିରେ ସରକାର ଦୃଢ଼ ଭାବେ ଠିଆ ହେବା ବଦଳରେ ଲୋକଙ୍କ ହାତ ଛାଡ଼ିଦେଇଥିବା ପରି ମନେ ହେଉଛି। ଲୋକଙ୍କ କଥା ନ ଶୁଣି, ଲୋକଙ୍କ ସମସ୍ୟା ସମାଧାନ ନ କରି ସରକାର ଖାଲି ଦିବା ସ୍ୱପ୍ନ ଦେଖାଉଛନ୍ତି।
ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତି ଗମ୍ଭୀର ଚିନ୍ତାର ବିଷୟ। ସହରବାସୀଙ୍କ ଧନଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବା ବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି।
ସହରୀ ବନ୍ୟାରେ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ଜୀବନ ବଞ୍ଚୁଛନ୍ତି। ସରକାରୀ ସୁବିଧା ସେମାନଙ୍କ ନିକଟରେ…
— Naveen Patnaik (@Naveen_Odisha) August 13, 2026
ହକି ବିଶ୍ୱକପ ଆୟୋଜନ କରି ଯେଉଁ ରାଉରକେଲା ସ୍ମାର୍ଟ ସିଟି ଗୌରବ ଆଣିଥିଲା, ଏବେ ସେହି ସହର ଜଳବନ୍ଦୀ ହୋଇ ଅପବାଦ ମୁଣ୍ଡାଉଛି। ପୂର୍ବରୁ ଏପରି ସ୍ଥିତି କେବେ ଦେଖା ଦେଇନଥିବା ବେଳେ ଏବେ ସ୍ମାର୍ଟ ସିଟିର ଡ୍ରେନେଜ୍ ଓ ସ୍ବେରେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସୁନାମ ସାଉଁଟୁଥିଲା, ହେଲେ ଏ ସରକାର ସହରାଞ୍ଚଳରେ ବର୍ଷା ଜଳ ପରିଚାଳନାରେ ମଧ୍ୟ ବିଫଳ ହେଉଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ, ସରକାର ତୁରନ୍ତ ପ୍ରାଥମିକତା ଭିତ୍ତିରେ ଜଳବନ୍ଦୀରେ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ।
