ଧରାକୋଟ: ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ । ଫେକ୍ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍ କରି ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରାକୋଟ ପୋଲିସ ବାନ୍ଧିଛି । ଅଭିଯୁକ୍ତ ହେଲେ କୁସରାବ ଗ୍ରାମର ପବିତ୍ର ମହାକୁଡ଼।
ସୂଚନାମୁତାବକ, ଅଭିଯୁକ୍ତ ପବିତ୍ର ସରଧାପୁର ଗ୍ରାମ ପଞ୍ଚାୟତ କଂଗ୍ରେସ ନାମରେ ଏକ ଫେକ ଆଇଡି ଖୋଲି ନାଏବ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କୁ ଭିଡିଓ କଲ କରି ଧମକ ଦେଉଥିଲେ। ତାଙ୍କ ଫଟୋ ସହ ଅନ୍ୟ ଯୁବକଙ୍କ ଫଟୋ ମିଶାଇ ପୋଷ୍ଟ କରିବା ସହ ବାରମ୍ବାର ହାରାଶ କରିବାରୁ ନାଏବ ସରପଞ୍ଚ ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପବିତ୍ରଙ୍କୁ କାବୁ କରିଥିଲେ।
ସୂଚନାଯୋଗ୍ୟ, ପବିତ୍ର ଦୀର୍ଘ ଦିନରୁ ସରଧାପୁର ସରପଞ୍ଚ ଓ ସମିତିସଭ୍ୟଙ୍କୁ ମଧ୍ୟ ଏହି ଫେକ ଆଇଡିରେ ବଦନାମ କରି ଆସୁଥିଲେ।


Comments are closed.