Latest Odisha News

BREAKING NEWS

ବିଶାଳ ଦାସଙ୍କ ସହ ସମସ୍ତ ଅଟକଙ୍କୁ ତୁରନ୍ତ ଛାଡ଼: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖାଯାଇଥିବା ଘଟଣା । ଏ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଅନ୍ୟ ପିଆରଆଇ ମେମ୍ବରଙ୍କୁ ତୁରନ୍ତ ଛାଡ଼ିବାକୁ ଚିଠିରେ ଉଲ୍ଲେଖ ରହିଛି । ସେମାନଙ୍କୁ ତୁରନ୍ତ ଛାଡିବା ସହ ଓଡ଼ିଶା ଆସିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଷ୍ଣୁଦେଓ ସାଏଙ୍କୁ ପତ୍ର ଲେଖିଛନ୍ତି ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା କିର୍ମିରାରେ ସେମାନେ ଅନସ୍ଥା ପ୍ରସ୍ତାବରେ ଭାଗ ନେବାର ଥିଲା । କିନ୍ତୁ ମଧ୍ୟରାତ୍ରିରୁ ସେମାନେ ଅଟକ ଥିବାରୁ ଅନାସ୍ଥା ପ୍ରସ୍ତାବରେ ଭାଗ ନେଇ ପାରିଲେନି । ଅଟକମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ।

Leave A Reply

Your email address will not be published.