ମୁମ୍ବାଇ: ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ଭିନ୍ନଭିନ୍ନ ସମୟରେ ବିବାଦ ଲାଗି ରହିଛି। ଏହା ଜରିଆରେ କଙ୍ଗନା ରାଣାୱତ ଦ୍ୱିତୀୟ ଥର ପାଇଁ ଚଳଚ୍ଚିତ୍ର ପ୍ରଯୋଜନା-ନିର୍ଦ୍ଦେଶନାରେ ପାଦ ଦେଇଥିଲେ। ଏହା ପୂର୍ବରୁ ଅଭିନେତ୍ରୀଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ମଣିକର୍ଣ୍ଣିକା ଥିଲା।
ଫିଲ୍ମ ‘ଏମର୍ଜେନ୍ସି’କୁ କଙ୍ଗନାଙ୍କୁ ଅନେକ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା। ଏହାରି ମଧ୍ୟରେ ସେ ଆଉ କେବେ କୌଣସି ରାଜନୈତିକ ଚଳଚ୍ଚିତ୍ର ନିର୍ମାଣ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
‘ଏମର୍ଜେନ୍ସି’ ଗତ ବର୍ଷ ସେପ୍ଟେମ୍ବର ୨୦୨୪ରେ ମୁକ୍ତିଲାଭ ହେବାର ଥିଲା। ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ହୋଇଥିବାରୁ ଫିଲ୍ମର ବିଷୟବସ୍ତୁ ଉପରେ ଅନେକ ଆପତ୍ତି ଉଠିଥିଲା। ସେନ୍ସର ବୋର୍ଡରୁ ଚଳଚ୍ଚିତ୍ରକୁ ପ୍ରମାଣପତ୍ର ମିଳିବା ନେଇ ମଧ୍ଯ ବହୁ ବିବାଦ ଦେଖାଦେଇଥିଲା। ଅନେକ ବାଧାବିଘ୍ନ ପରେ ପରିଶେଷରେ ଫିଲ୍ମଟି ୧୭ ଜାନୁଆରୀ ମୁକ୍ତିଲାଭ କରିବାକୁ ଯାଉଛି।
Comments are closed.