Latest Odisha News

BREAKING NEWS

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜାଣନ୍ତୁ, କେଉଁ ବିଧାୟକ ହେବେ ସାମିଲ୍

ଭୁବନେଶ୍ୱର: ଲଗାତର ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲା ପରେ ତାଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଛି ପୂରୁଣା ସଦସ୍ୟଙ୍କୁ ସ୍ଥାନ ଦେଇପାରନ୍ତି । ଏହି ନୂଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ପଦ ଓ ଗୋପନୀୟତାର ଶପଥ ନେବେ ।

ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ଯେଉଁମାନେ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ସେମାନେ ନବୀନ ନିବାସରୁ ମଙ୍ଗଳବାର ଦିନ ଫୋନ କଲ୍ ପାଇଛନ୍ତି । ବୁଧବାର ଦିନ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ରହି ଏହି ନେତାମାନେ ମନ୍ତ୍ରୀ ଭାବେ ଗୋପନୀୟତାର ଶପଥପାଠ କରିବେ ବୋଲି ସୂଚନା ମିଳିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସୁଶାନ୍ତ ସିଂହ, ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗିନୀ ଛୁରୀଆ ଏହି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ଦଳର ଅନ୍ୟ ବରିଷ୍ଠ ନେତା ଯଥାକ୍ରମେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ଅରୁଣ ସାହୁ ମଧ୍ୟ ନୂତନ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇବାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ସେହିପରି ନବୀନଙ୍କ ଏହି ମନ୍ତ୍ରୀମଣ୍ଡଳରେ ଯେଉଁମାନେ ପ୍ରଥମକରି ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ସେମାନଙ୍କ ନାମ ମଙ୍ଗଳବାର ଦିନ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଯେଉଁ ନେତାମାନଙ୍କର ନାମ ଚର୍ଚ୍ଚାର ପରିସରକୁ ଆସିଛି ସେମାନେ ହେଲେ – ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, କୋଟପାଡ଼ ବିଧାୟକ ପଦ୍ମିନୀ ଡ଼ିଆଁ ଏବଂ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

Leave A Reply

Your email address will not be published.