Latest Odisha News

BREAKING NEWS

ଏଫଆଇଏଚ ସିିରିଜ ଫାଇନାଲ୍ସ: ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖେଳାଳି ତଥା ଓଡ଼ିଶାର ୨ଜଣ ହକି ସ୍ପେଶାଲିଷ୍ଟ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏଫଆଇଏଚ ସିିରିଜ ଫାଇନାଲ୍ସ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଜୁନ ୬ ତାରିଖରୁ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଏହି ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ।

ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଦିନ ଏକ ୧୮ ଜଣିଆ ଭାରତୀୟ ଜାତୀୟ ଦଳ ଏହି ଅଲିମ୍ପିକ୍ସ ଯୋଗ୍ୟତା ଭିତ୍ତିକ ଟୁର୍ଣ୍ଣାମେଣ୍ଟ ଲାଗି ଘୋଷିତ ହୋଇଛି ।

ଓଡ଼ିଆ ଖେଳାଳୀ ତଥା ଭାରତୀୟ ଦଳର ଶ୍ରେଷ୍ଠ ଡ଼ିଫେଣ୍ଡର୍ ବିରେନ୍ଦ୍ର ଲାକ୍ରାଙ୍କୁ ଭାରତୀୟ ଦଳର ଉପ-ଅଧିନାୟକ ଭାବେ ମନୋନୀତ କରାଯାଇଛି । ଏହାବ୍ୟତୀତ, ଓଡ଼ିଶା ଖେଳାଳି ଅମିତ ରୋହିଦାସ ମଧ୍ୟ ଜଣେ ଡ଼ିଫେଣ୍ଡର ଭାବେ ଦଳରେ ସ୍ଥାନୀତ ହୋଇଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ସମୁଦାୟ ୮ଟି ଦେଶ ଭାଗ ନେଉଛନ୍ତି । ୮ଟି ଦେଶ ଦୁଇଟି ପୁଲରେ ରହିଛନ୍ତି ।
ପୁଲ୍ ଏ ରେ ଭାରତ, ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ ରହିଥିବା ବେଳେ ପୁଲ୍ ବି ରେ ଜାପାନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି ।

ଭାରତ ଜୁନ ୬ ତାରିଖରେ ଋଷିଆକୁ ଭେଟୁଥିବା ବେଳେ ପୋଲାଣ୍ଡ ସହିତ ୭ ତାରିଖରେ ଘରୋଇ ଦଳ ମ୍ୟାଚ୍ ଖେଳିବ । ସେହିପରି ଭାରତ ଉଜବେକିସ୍ତାନକୁ ଜୁନ ୧୦ ତାରିଖରେ ସମ୍ମୁଖୀନ ହେବାବେଳେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଜୁନ ୧୫ ତାରିଖରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.