Latest Odisha News

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି

ଭୁବନେଶ୍ବର; ‘ବିଜେପିକୁ ଉପହାସ କରି କହିଲେ ମୁଖ୍ୟମନ୍ତ୍ରୀ -ଦିନରେ ସ୍ବପ୍ନ ଦେଖୁଛି ବିଜେପି’ । ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣହୁଙ୍କାର ପରେ ଭିଡିଓ ବାର୍ତ୍ତା ଜାରି କଲେ ମୁଖ୍ୟମନ୍ତ୍ରୀ । କହିଲେ ଦିନରେ ସ୍ବପ୍ନ ଦେଖୁଛି ।

BjdElectrycity

ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଉଛନ୍ତି ମୋଦୀ । ‘ଏଥର ଓଡିଶାରେ ଡବଲ ଇଞ୍ଜିନ୍ ସରକାର ଗଢିବ ବିଜେପି । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏଥର ବିଜେଡି ଯିବ । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡିଶାକୁ ନୂଆ ଶକ୍ତି ଓ ନୂଆ ନେତୃତ୍ବ ମିଳିବ । ଜୁନ ୪ ବିଜେଡିର ଏକ୍ସପ୍ୟାରୀ ଡେଟ । ଏଥର ବିଜେପି ଆସିବ । ଜଗନ୍ନାଥ କ୍ଷେତ୍ରକୁ ଭବ୍ୟ କରିବ ବିଜେପି । ଏହା ମୋଦୀଙ୍କ ଗ୍ୟାରେଣ୍ଟି ।’

ଯାହାକୁ ନେଇ ଏକ ୧୫ ସେକେଣ୍ଡର ଭିଡିଓ ବାର୍ତ୍ତା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।

Leave A Reply

Your email address will not be published.