Latest Odisha News

BREAKING NEWS

‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନେ ଜାଣିବା ଦରକାର’

ଭବାନୀପାଟଣା: ଦିନିକିଆ କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନୀ ସଭାରେ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ସଭା ସ୍ଥଳରୁ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଯେ, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି କୁମ୍ଭୀର କାନ୍ଦଣାକୁ ଆପଣ ମାନେ ଜାଣିବା ଦରକାର ବୋଲି ନବୀନ କହିଥିଲେ । ଏହାପରେ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ ବିଜେପିକୁ ସିଧା ସଳଖ ଟାର୍ଗେଟ କରିବା ସହ ବିଜେପିର ମେନିଫେଷ୍ଟୋ କୁ ସମାଲୋଚନା କରିଛନ୍ତି । ଏହା ସହ ଆୟୂଷମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନ୍ତର ସମ୍ପର୍କରେ ଜନ ସାଧାରଣଙ୍କ ନିକଟରେ ଉଦବୋଧନ ଦେଇଥିଲେ ପାଣ୍ଡିଆନ ।

BjdElectrycity

ଆଜି ସକାଳ ୧୧ ଟା ସମୟରେ ଭବାନୀପାଟଣା ସହରର ଶ୍ରୀକୃଷ୍ଣ ନଗର ପଡିଆରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିବା ପରେ ସଭା ସ୍ଥଳରେ ପହଞ୍ଚି ଥିଲେ ନବୀନ । ଏହାପରେ ନିର୍ବାଚନୀ ସଭାରେ ପ୍ରଥମେ ସମସ୍ତ ଯୋଜନା କେମିତି ଚାଲିଛି ଏହା ପଚାରି ବୁଝିବା ସହ ସମସ୍ତ ବିଧାୟକ ଓ ଲୋକସଭା ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ।

ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତି, ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଲଳିତା ନାଏକ ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଉପସ୍ଥିତ ଥିଲେ ।

Bjd_BSKY

ଏହି ନିର୍ବାଚନ ସଭାରେ ସମସ୍ତ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଓ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ଏହାପରେ ନୂଆପଡାରେ ନିର୍ବାଚନୀ ସଭାରେ ଯୋଗଦେବେ ନବୀନ । ସେଠାରେ ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ୍ପାଣିଗ୍ରାହୀ ଓ ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ ।

Leave A Reply

Your email address will not be published.