ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସିଦ୍ଧୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଓଜନ ହ୍ରାସ ବିଷୟରେ କହିଛନ୍ତି।
ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ସେ ୫ ମାସରୁ କମ୍ ସମୟ ମଧ୍ୟରେ ୩୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଏହା ସହିତ ସେ ତାଙ୍କର ଟ୍ରାନ୍ସଫର୍ମେସନ ଫଟୋ ଏବଂ ତାଙ୍କ ଓଜନ ହ୍ରାସ କରିବାର ରହସ୍ୟ ମଧ୍ୟ ସେୟାର କରିଛନ୍ତି। ଜାଣନ୍ତୁ ଓଜନ ହ୍ରାସର କଣ ରହିଛି ସିକ୍ରେଟ୍…
ତେବେ ଦୃଢ଼ ଇଚ୍ଛାଶକ୍ତି ଏବଂ ଅନୁଶାସନ ସହିତ ଯେକୌଣସି କାମ କରାଯାଇପାରିବ। ମୁଁ କେବଳ ଭଲ ଖାଦ୍ୟ, ପ୍ରାଣାୟମ, ୱେଟ୍ ଟ୍ରେନିଂ ଏବଂ ଚାଲିବା ଦ୍ୱାରା ଓଜନ ହ୍ରାସ କରିଛି ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.