Latest Odisha News

BREAKING NEWS

ଏନକାଉଣ୍ଟରରେ ପୁରସ୍କାର ଘୋଷିତ ନକ୍ସଲ ନିହତ; ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୋଲିସକୁ ମିଳିଛି ସଫଳତା। ଏନକାଉଣ୍ଟରରେ ଜଣେ ୩ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ନିହତ ହୋଇଛି । ତେବେ ମୃତ ନକ୍ସଲ ଜଣକ ହେଲେ ମିଲିସିଆ ପ୍ଲାଟୁନ କମାଣ୍ଡର ଚେଲା ବାଚମ।

ଖବରମୁତାବକ, ବିଜାପୁର ଜିଲ୍ଲାର ଥାନା ବେଦରେ ଅନ୍ତର୍ଗତ କେରପେ ଏବଂ ତୋଡସମପାରା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ପୋଲିସକୁ ଖବର ମିଳିଥିଲା। ତେବେ ଜିଲ୍ଲା ପୋଲିସ ସହ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନକୁ ଯାଇଥିଲେ । ତେବେ ଆଜି ସକାଳ ଭୋର ସମୟରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚାଳନ କରିଥିଲେ । ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ ।
ପରେ ନକ୍ସଲ ଛତ୍ରଭଙ୍ଗ କରିଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଯବାନ ଜଣେ ନକ୍ସଲର ମୃତ ଦେହକୁ ଉଦ୍ଧାର କରିଥିଲେ। ଏଥିସହ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

Comments are closed.