Latest Odisha News

BREAKING NEWS

ଝାଡଖଣ୍ଡରେ ଆଇଇଡି ବିସ୍ଫୋରଣ, ୧୧ ଯବାନ ଗୁରୁତର

ଝାଡଖଣ୍ଡ : ଝାଡଖଣ୍ଡର ଷଢେଇକଳା ନିକଟରେ ମଙ୍ଗଳବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଆହତ ଯବାନଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଓ ଅନ୍ୟମାନେ ପୋଲିସ କର୍ମଚାରୀ ରହିଥିବା ସୁତ୍ରରୁ ପ୍ରକାଶ ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଷଢେଇକଳା ଜିଲ୍ଲାର କୁଚାଇ ଜଙ୍ଗଲରେ କମ୍ବିଂ ଅପରେସନ୍ କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ଏହି ସମୟରେ ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହେଲିକପ୍ଟର ସହାୟତାରେ ରାଞ୍ଚି ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଏହି ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.