Latest Odisha News

BREAKING NEWS

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଘଟଣା, ଅମିତ ଶାହଙ୍କୁ ଦାୟୀ କଲା ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ମାଓ ଗତିବିଧି ଲାଗି ରହିଛି । ଗତକାଲି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ଫଟୋ ଓ ଭିଡିଓ ଜାରି କରିବା ସହ ପୋଲିସ୍ ଡ୍ରୋନ ସାହାଯ୍ୟରେ ବୋମା ପକାଇଥିବା ଲାଲ ବାହିନୀ କହିଥିଲା । ଆଜି ସଂଗଠନ ପକ୍ଷରୁ ଡ୍ରୋନର ଫଟୋ ଓ ଭିଡିଓ ଜାରି କରାଯାଇଛି ।

ଯେଉଁଥିରେ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ କମିଟି ଡ୍ରୋନ୍ ଆକ୍ରମଣ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାଙ୍କ ସହ ବିଜୟକୁମାର, କୁଲଦୀପ ସିଂ, ଅଶୋକ ଜୁନେଜାଙ୍କ ସହ ଏନଆଇଏ କରିଥିବା କହିଛନ୍ତି । ଏନେଇ ଲାଲ ସଂଗଠନ ଅଡିଓ ଟେପ୍ ମଧ୍ୟ ଜାରି କରିଛନ୍ତି ।

ଏପ୍ରିଲ୍ ୧୯ ତାରିଖ ରାତି ପ୍ରାୟ ୩ଟା ବେଳେ ବାଲାଗୁଡ଼ା ଓ ବୋତନକା ଜଙ୍ଗଲରେ ଡ୍ରୋନରୁ ଆକ୍ରମଣ କରାଯାଇଥିଲା, ବୋମାମାଡ଼ କରାଯାଇଥିଲା । ମାଓବାଦୀଙ୍କ ଦାବି ହୋଇଛି ଆକ୍ରମଣ ବେଳେ ସେମାନେ ଗୁଳି ଚଳାଇ ୨ଟି ଡ୍ରୋନକୁ ଖସାଇ ଦେଇଥିଲେ । ଉକ୍ତ ଡ୍ରୋନର ଫଟୋ ଓ ଭିଡିଓ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ପକ୍ଷରୁ ଜାରି କରାଯାଇଛି ।

Leave A Reply

Your email address will not be published.