ଚେନ୍ନାଇ: ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ସ୍ୱାମୀ ଭିଗ୍ନେଶ ଶିବନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରୁ ନିଜକୁ ଦୂରେଇ ରଖିଛନ୍ତି। ଧନୁଷ-ନୟନତାରା ବିବାଦ ମଧ୍ଯରେ ସେ ‘ଏକ୍ସ’ ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି।
ନିର୍ମାତା ଦ ଗେଲାଟା ପ୍ଲସ୍ ମେଗା ପାନ୍ ଇଣ୍ଡିଆ ନିର୍ଦ୍ଦେଶକ ରାଉଣ୍ଡ ଟେବୁଲ୍ ୨୦୨୪ରେ ଯୋଗଦେବା ପରେ ତାଙ୍କ ‘ଏକ୍ସ’ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକଙ୍କ ପାନ ଇଣ୍ଡିଆନ୍ ଫିଲ୍ମ ବିଷୟରେ ଆଲୋଚନା ହୋଇଥିଲା। ଖବର ଅନୁଯାୟୀ, ରାଉଣ୍ଡ ଟେବୁଲରେ ଭିଗ୍ନେଶଙ୍କ ଉପସ୍ଥିତି ଉପରେ ପ୍ରଶ୍ନ କରାଯାଇଥିଲା କାରଣ ତାଙ୍କର ଚଳଚ୍ଚିତ୍ର କାଥୁଭାକୁଲା ରେନ୍ଦୁ କାଦଲ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟ ନୁହେଁ।
ତେବେ ଏନେଇ ଭିଗ୍ନେଶଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇନାହିଁ।
Comments are closed.