Latest Odisha News

BREAKING NEWS

ସତ ମାନିଲେ ଆର୍ୟନ; ପାର୍ଟିକୁ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ ବନ୍ଧୁ ଅରବାଜ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଚରସ ଖାଇଥିବାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ତାଙ୍କ ସହିତ ୬ ଗ୍ରାମର ଚରସ ଜୋତାରେ ଲୁଚାଇ ନେଇଥିବା ମଧ୍ୟ ସେ ଏନ୍‌ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ଏ ନେଇ ଏନ୍‌ସିବି ପଞ୍ଚନାମା ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଅକ୍ଟୋବର ୨ କ୍ରୁଜ୍‌ ଜାହାଜରେ ପାର୍ଟି କରିବାକୁ ଯାଇଥିବା ବେଳେ ଅର୍‌ବାଜ ନିଜ ଜୋତାରେ ୬ ଗ୍ରାମର ଚରସ ଲୁଚାଇ ନେଇଥିବା ସ୍ବୀକାର କରିଛନ୍ତି ଆର୍ୟନ।

ଏନ୍‌ସିବି ଅଧିକାରୀଙ୍କ ଜେରା ପରେ ଆର୍ଯ୍ୟନ୍ ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ କୌଣସି ନିଶା ଦ୍ରବ୍ୟର ସାଙ୍ଗରେ ନେଇଯାଇଥିବା ଉତ୍ତରରେ ଅରବାଜ ହଁ କହିଥିଲେ।

Leave A Reply

Your email address will not be published.