Latest Odisha News

BREAKING NEWS

ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲେ ବନ ବିଭାଗ କର୍ମଚାରୀ

କଣ୍ଟାବାଞ୍ଜି: ପୁଣି ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବଜ୍ରକାପ୍ତାକୁ ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଓ ସରଗିପାଳି ଗ୍ରାମର ୩ ଜଣ ଯୁବକ ଲୁଚାଇ ରଖିଥିବା ସୂଚନା ମିଳିଥିଲା । ଏହାପରେ ବଜ୍ରକାପ୍ତାକୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ତେବେ ବନ ବିଭାଗ କର୍ମଚାରୀମାନେ ଗ୍ରାହକ ସାଜି ବଜ୍ରକାପ୍ତା କ୍ରୟ କରିବାପାଇଁ ଯାଇଥିଲେ । ବନମାଳ ଓ ମହରାପଦର ମଝି ରାସ୍ତା କଡ଼ର ଏକ ଖୋଲା ପଡ଼ିଆରେ ବଜ୍ରକାପ୍ତା କିଣିବା ପାଇଁ ଡିଲ୍ ହୋଇଥିଲା  ।  ସେଠାକୁ  ସରଗିପାଳି ଗ୍ରାମର ଭୋଇରାଜ ଧରୁଆ ଓ ମହରାପଦର ଗ୍ରାମର ଶୁସିଳ ଧରୁଆ ଓ ଅନ୍ୟ ଜଣେ ବଜ୍ରକାପ୍ତା ଧରି ବିକ୍ରୟ କରିବା ପାଇଁ ଆଣିଥିଲେ । ଲାଠୋର ବନ କର୍ମଚାରୀମାନେ ସେଠାରେ ସେମାନଙ୍କୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।

ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଏନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର ବଜ୍ରକାପ୍ତା କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା ଜଣାପଡ଼ିନାହିଁ ।

Leave A Reply

Your email address will not be published.