Latest Odisha News

ଅନିଲ୍ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ରିଲାଏନ୍ସ କମ୍ୟୁନିକେସନର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଦେବାଳିଆ ଆଇନର ବ୍ୟକ୍ତିଗତ ଗାରେଣ୍ଟି ଧାରା ଅନ୍ତର୍ଗତ ୧୨୦୦ କୋଟି ଟଙ୍କା ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି)।

୨୦୧୬ ମସିହା ଅଗଷ୍ଟ ମାସରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ତରଫରୁ ରିଲାଏନ୍ସ କମ୍ପ୍ୟୁନିକେସନ୍ ଓ ରିଲାଏନ୍ସ ଇନଫ୍ରାଟେଲ୍‌ଙ୍କୁ ଦିଆଯାଇଥିବା ଋଣରେ ଅନିଲ୍ ଅମ୍ବାନୀ ବ୍ୟକ୍ତିଗତ ଗାରେଣ୍ଟି ଦେଇଥିଲେ ।

ସୂଚନାଯୋଗ୍ୟ, ଏନସିଏଲଟିର ମୁମ୍ବାଇ ଖଣ୍ଡପୀଠ ଅଗଷ୍ଟ ୨୦ ତାରିଖରେ ଏକ ନିର୍ଦ୍ଦେଶରେ କହିଛନ୍ତି ଯେ ରିଲାଏନ୍ସ କମ୍ପ୍ୟୁନିକେସନ୍ ଓ ରିଲାଏନ୍ସ ଇନଫ୍ରାଟେଲ୍ ୨୦୧୭ ଜାନୁଆରୀ ମାସରେ  କିସ୍ତି ଶୁଝିବାରେ ବିଫଳ ହୋଇଥିଲେ ।

ଏପରିକି ଏହି ୨ କମ୍ପାନୀର ଆକାଉଣ୍ଟକୁ ୨୦୧୬ ମସିହା ଅଗଷ୍ଟ ମାସରୁ ନନ୍ ପରଫର୍ମିଂ ଆସେଟ୍ ଭାବେ ଘୋଷିତ କରାଯାଇଥିଲା । । ପରେ ୨୦୧୯ ମସିହାରେ କମ୍ପାନୀ ପକ୍ଷରୁ ନିଜକୁ ଦେବାଳିଆ ହେବାକୁ ଆବେଦନ କରାଯାଇଥିଲା ।

ତେବେ ଏହି ଅବସରରେ ଅନିଲ୍ ଅମ୍ବାନୀଙ୍କ ଏକ ପ୍ରବକ୍ତା କହିଛନ୍ତି ଯେ ଅମ୍ବାନୀ ଏବେ ଏନସିଏଲଟିର ମୁମ୍ବାଇ ପୀଠ ଚଳିତ ଅଗଷ୍ଟ ୨୦ରେ ଦେଇଥିବା ନିର୍ଦ୍ଦେଶର ସମୀକ୍ଷା କରୁଛନ୍ତି ।

Leave A Reply

Your email address will not be published.