Latest Odisha News

BREAKING NEWS

ଓଡିଶାରେ ଆଉ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୮୧୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୧୬୯୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୧୧୨୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।

ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୯ ଜିଲ୍ଲାରୁ ଏହି ୨୮୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଖାପାଖି ୧୯୨୭ ଜଣ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨୪ ହଜାର ୫୮୨ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୫୦ ହଜାର ୫୦୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୩୯୯ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.