Latest Odisha News

BREAKING NEWS

ଆଇପିଏଲ: ଏଥର ଦିଲ୍ଲୀ କ୍ୟାପିଟାଲ୍ସରେ ଚାଲିବ ପନ୍ତଗିରି

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଟିମ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ବର୍ଷୀୟ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ନିୟମିତ ଅଧିନାୟକ ଶ୍ରେୟାଶ ଆୟାରଙ୍କ ସ୍ଥାନରେ ସେ ଏହି ଗୁରୁ ଦାୟିତ୍ୱ ତୁଲାଇବେ ।

ଇଂଳଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆୟାର ଆଘାତପ୍ରାପ୍ତ ହୋଇଥିବାରୁ ତାଙ୍କ ଖେଳିବା ନେଇ ଏବେ ବି ସନ୍ଦେହ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଜି ଏହାର ନେତୃତ୍ୱ ନେବା କଥା ଚିନ୍ତା କଲେ ସ୍ୱପ୍ନ ପରି ଲାଗୁଛି । ଦିଲ୍ଲୀ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ମୋର ମୂଳ ଲକ୍ଷ୍ୟ ବୋଲି ପନ୍ତ କହିଛନ୍ତି ।

Leave A Reply

Your email address will not be published.